Advertisment

ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ମେଳା ପଡ଼ିଆ

ଚଳିତବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ ୧୪ ଶହରୁ ଅଧିକ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ଼ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାର କାର୍ଯ୍ୟକ୍ରମ ପରିବେଷଣ କରିବେ।

author-image
Manoranjan Sial
Cuttack

Cuttack

ଆସନ୍ତାକାଲି କଟକର ଐତିହାସିକ ବାଲିଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହେଲାଣି ମେଳା ପଡିଆ। ମହାନଦୀ ପଠାରେ ଆରମ୍ଭ ହେଲାଣି ବ୍ୟବସ୍ୟାୟୀଙ୍କ ପସରା। ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସ୍ୟାୟୀମାନେ ତାଙ୍କ ଜିନିଷପତ୍ର ଧରି ନିଜ ନିଜ ଷ୍ଟଲ ସଜାଇବାରେ ବ୍ୟସ୍ତ ରହିଛନ୍ତି। ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମଥର ପାଇଁ ହେଉଥିବା ଫିସ୍‌ ଆକ୍ୟୁରମ୍‌ ଟନେଲ। ସେହିପରି ଦୋଳିଠାରୁ ଖାଦ୍ୟ ଷ୍ଟଲ ଓ କପଡା ବ୍ୟବସ୍ୟାୟୀ ସମସ୍ତେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି।

Advertisment

ଚଳିତବର୍ଷ ବାଲିଯାତ୍ରା ୪୩ ଏକର ଜାଗାରେ ୧୪ ଶହରୁ ଅଧିକ ଷ୍ଟଲ ହେଉଥିବା ବେଳେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ଼ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାର କାର୍ଯ୍ୟକ୍ରମ ପରିବେଷଣ କରିବେ। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ଏଥିସହିତ ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍‌, ଲେଜର ଶୋ’ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୁଳି ନ ଉଡିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ବେଲଭ୍ୟୁ ଛକ, ବିଡାନାସୀ ପାର୍କିଂ ଆଦି ସ୍ଥାନରୁ ମାଗଣା ବସ ବ୍ୟବସ୍ଥା କରିଛି ପ୍ରଶାସନ।

ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ୫୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Advertisment
Cuttack Bali Yatra