ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି କଟକ ବାଲିଯାତ୍ରା। ଏହା ଆଜି ଶେଷ ହେବାର ଥିଲା। ତେବେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ବଢ଼ାଇ ଦେଇଥିବାରୁ ଏହା ଆସନ୍ତାକାଲି ଶେଷ ହେବ।
Also Read
ସବୁ ବର୍ଷ ପରି ଏଥର ମଧ୍ୟ କଟକ ବାଲିଯାତ୍ରାରେ ଲୋକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ବିଭିନ୍ନ ଆଡ଼ୁ ଲୋକ ଏଠାକୁ ଆସୁଛନ୍ତି। ଜିନିଷପତ୍ର କିଣାକିଣି କରିବା ସହିତ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା
ଚଳିତ ବର୍ଷ ବିଭିନ୍ନ ଶ୍ରମିକ ସଂଗଠନ ଏବଂ ବନ୍ଦରର ବିଭିନ୍ନ ବିଭାଗ, ଧୁମଧାମର ସହ ବିଶ୍ୱକର୍ମା ପୂଜାର ଆୟୋଜନ କରିଛନ୍ତି।
Events & Festivals
ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ
ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି।
Events & Festivals
ଓଜୋନ ଦିବସ: ପୃଥିବୀର ଢାଲ ଓଜୋନ ସ୍ତର, ତା'ର ସୁରକ୍ଷା ଆମ ଦାୟିତ୍ୱ
ଓଜୋନ ଦିବସ ପାଳନ କେତେ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ...
Events & Festivals
କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ, ଜାଣନ୍ତୁ ଇତିହାସ
ଯେଉଁ ରାଷ୍ଟ୍ର ଲୋକତନ୍ତ୍ରର ବିଚାରଧାରାରେ ପରିଚାଳିତ, ସେ ରାଷ୍ଟ୍ରର ଜନତା ସେତେ ସୁରକ୍ଷିତ।
Events & Festivals
ଓମାନରେ ପାଳନ ହେଲା ନୂଆଁଖାଇ
ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମା’ ସମଲେଇଙ୍କ ଫଟୋକୁ ବିଶେଷ ଢଙ୍ଗରେ ପୂଜା କରିବା ସହ ନବାନ୍ନ ଲାଗି କରିଥିଲେ।