Advertisment

ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା

ସବୁ ବର୍ଷ ପରି ଏଥର ମଧ୍ୟ କଟକ ବାଲିଯାତ୍ରାରେ ଲୋକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।

Baliyatra

Baliyatra

Advertisment

ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି କଟକ ବାଲିଯାତ୍ରା। ଏହା ଆଜି ଶେଷ ହେବାର ଥିଲା। ତେବେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ବଢ଼ାଇ ଦେଇଥିବାରୁ ଏହା ଆସନ୍ତାକାଲି ଶେଷ ହେବ।

ସବୁ ବର୍ଷ ପରି ଏଥର ମଧ୍ୟ କଟକ ବାଲିଯାତ୍ରାରେ ଲୋକଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ବିଭିନ୍ନ ଆଡ଼ୁ ଲୋକ ଏଠାକୁ ଆସୁଛନ୍ତି। ଜିନିଷପତ୍ର କିଣାକିଣି କରିବା ସହିତ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଉଛନ୍ତି।  

Advertisment
Cuttack Bali Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe