Advertisment

ନଭେମ୍ବର ୧୫ରୁ କଟକର ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା

ପାର୍କିଙ୍ଗ ସମସ୍ୟା ଦୂର କରିବା ପାଇଁ ଅଧିକ ଜାଗା ଚି଼ହ୍ନଟ କରାଯିବ ଏବଂ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Cuttack Collector

Cuttack Collector

ଆସନ୍ତା ନଭେମ୍ବର ୧୫ ତାରିଖରୁ କଟକର ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେବ। ତେବେ ଚଳିତ ବର୍ଷ କେତେ ଦିନ ପାଇଁ ବାଲିଯାତ୍ରା ହେବ, ତାହା ପରବର୍ତ୍ତୀ ରାଜ୍ୟସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିଦ୍ଧେ ସୂଚନା ଦେଇଛନ୍ତି।

Advertisment

ଜିଲ୍ଲାପାଳ କହିଛନ୍ତି, ବାଲିଯାତ୍ରାକୁ ଆସୁଥିବା ସମସ୍ତ ବ୍ୟବସାୟୀଙ୍କୁ ସୁଚାରୁ ରୂପେ ଷ୍ଟଲ ଆବଣ୍ଟନ ପାଇଁ ସିଙ୍ଗଲ ୱଇଣ୍ଡୋ ବ୍ୟବସ୍ଥା ସହ ସମ୍ପୂର୍ଣ ବାଲିଯାତ୍ରାକୁ ଇଣ୍ଟିଗ୍ରେଟେଡ଼ କରାଯିବ। ପାର୍କିଙ୍ଗ ସମସ୍ୟା ଦୂର କରିବା ପାଇଁ ଅଧିକ ଜାଗା ଚି଼ହ୍ନଟ କରାଯିବ ଏବଂ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଯାତ୍ରା ସମୟରେ ଆମ୍ବୁଲାନ୍ସ ଏବଂ ଭିଆଇପିଙ୍କ ପାଇଁ ଏକ ଗ୍ରୀନ କରିଡର ପ୍ରସ୍ତୁତ ରଖାଯିବ। ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଅଧିକ ଶୌଚାଳୟର ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।

କଟକର ସଂସ୍କୃତିକୁ କିପରି ଦେଶ ଏବଂ ଦେଶ ବାହାରକୁ ନିଆ ଯାଇପାରିବ ସେନେଇ ଆଜିର ଅଭ୍ୟନ୍ତରୀଣ ବୈଠକରେ ନିଷ୍ପତ୍ତି ହୋଇଛି।

Advertisment
Bali Yatra