Advertisment

ବାସୁଦେବପୁରରେ ଜଳୁଛି ୭ ଫୁଟ୍‌ ଉଚ୍ଚର ବିଶାଳ ଦୀପ

ଦୀପର ଉଚ୍ଚତା ୭ ଫୁଟ ଓ ଓସାର ୧୫ ଫୁଟ ରହିଛି। ଆଜି ମଧ୍ୟାହ୍ନ ୧୨ଟା ୨୯ ମିନିଟ୍‌ ସମୟରେ ଏହି ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ମହାଦୀପରେ ୧୨,୦୦୦ ଲିଟର ଘୄତ ଓ ତୈଳ ଦିଆଯାଇଥିଲା।

author-image
Manoranjan Sial
Bhadrak

Bhadrak

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ସେଥିପାଇଁ ସାରା ଭାରତ ଉତ୍ସବ ମୁଖର ହୋଇଛି। ଏଥିରୁ କେମିତିବା ବଞ୍ଚିତ ହେବ ଓଡ଼ିଶା? ସେଥିପାଇଁ କେଉଁଠି ହନୁମାନ ଚାଳିଶା ପଢ଼ା ଯାଉଛି ତ ଆଉ କେଉଛି ଦୀପ ଦାନ କରାଯାଉଛି। ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଳୁଛି ୭ ଫୁଟ୍‌ ଉଚ୍ଚର ବିଶାଳ ଦୀପ।

Advertisment

ବାସୁଦେବପୁର ବ୍ଲକ୍‌ ରୋଡ୍‌ କାଳୀପୂଜା କମିଟି ପକ୍ଷରୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ବିଶାଳ ଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ଦୀପର ଉଚ୍ଚତା ୭ ଫୁଟ ଓ ଓସାର ୧୫ ଫୁଟ ରହିଛି। ଆଜି ମଧ୍ୟାହ୍ନ ୧୨ଟା ୨୯ ମିନିଟ୍‌ ସମୟରେ ଏହି ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ମହାଦୀପରେ ୧୨,୦୦୦ ଲିଟର ଘୄତ ଓ ତୈଳ ଦିଆଯାଇଥିଲା।

ମହାଦୀପକୁ ଦେଖିବା ପାଇଁ ଜିଲ୍ଲାର ରାମ ଭକ୍ତ ଓ ସାଧାରଣ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଆଉ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିବା କରିଥିଲେ। ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ପରିବେଶ। ଏଥି ସହିତ ପ୍ରଭୁ ରାମଚନ୍ଦ୍ରଙ୍କର ବିଭିନ୍ନ ପୂଜା ଅର୍ଚ୍ଚନା ମଧ୍ୟ ଚାଲିଛି।

Advertisment

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Bhadrak News Bhadrak