Advertisment

ଆଜି ପବିତ୍ର ଦେବଦୀପାବଳି

ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ।

ଅଦ୍ୟତନ ହୋଇଛି
undefined

Puri Temple

Advertisment

ଆଜି ଶ୍ରୀମନ୍ଦିରରେ ଦେବ ଦୀପାବଳି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ନୀତିକାନ୍ତି ରହିଛି। ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା ଆଚରଣ କରି ନିଜର ପିତୃପୁରୁଷଙ୍କ ଉଦ୍ଦେଶ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓଶୁକ୍ଳ ପ୍ରତିପଦାରେ ତିନି ଯୁଗର ପିତା ମାତାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି।

Advertisment

ମହାପ୍ରଭୁଙ୍କର ଏହି ଦୀପଦାନ ନୀତି ସମୟରେ ମହାପ୍ରଭୁ ‘ଶ୍ରାଦ୍ଧ ବେଶ’ରେ ବିଭୂଷିତହୋଇଥାନ୍ତି। ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହମାନଙ୍କୁ ନାଗପୁରୀ ଶାଢ଼ି ଚାଦରରେଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଦେବ ଦୀପାବଳି ନୀତି ଶ୍ରୀମନ୍ଦିରରେ ୩ ଦିନ ଧରି ପାଳନ କରାଯାଇଥାଏ। ଏହି ଅବସରରେ ଆସନ୍ତାକାଲି ଅମାବାସ୍ୟାରେ ବଡ଼ଦାଣ୍ଡରେ ଜଳିବ ୧ ଲକ୍ଷ ଦୀପ।

 ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ଏହି ଦୀପଦାନ କରାଯିବ। ଏଥିରେ ଭକ୍ତ ଓ ଦର୍ଶନାର୍ଥିଙ୍କ ସହ ବିଭିନ୍ନ ସାଂମାଜିକ ଓ ସେଚ୍ଛାସେବୀ ସଂଗଠନ ସାମିଲ ହେବେ।

Advertisment

ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ସମୂହ ଦୀପଦାନରେ ଯୋଗ ଦେବାକୁ ଯଜ୍ଞ ଓ ଭଜନ ସମାରୋହ କମିଟିର ସାଂଗଠନିକ ସଂପାଦକ ସୁଭାଶିଷ ଖୁଣ୍ଟିଆ ଆହ୍ୱାନ କରିଛନ୍ତି। ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ସମୟରେ ପୁରୀ ସହରର ପ୍ରତି ଘରେ ଦୀପଦାନ କରିବାକୁ ନିବେଦନ କରାଯାଇଛି।

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ତିନି ଦିନ ଧରି ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ କରାଯିବ। ସେଦିନମାନଙ୍କରେ ଘରେ ଘରେ ଦୀପ ଲାଗିବ। ମନ୍ଦିର ପୂରା ଆଲୋକିତ ହେବ। ଏହିଦିନ ମାନଙ୍କରେ ଭକ୍ତମାନେ ପୁରୀ ଆସି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରନ୍ତୁ।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe