Advertisment

ପାଖେଇ ଆସୁଛି ନୂଆବର୍ଷ, ଶ୍ରୀକ୍ଷେତ୍ରରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼

ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି।

Puri

Puri

Advertisment

ପାଖେଇ ଆସୁଛି ନୂଆବର୍ଷ। ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି।

Advertisment

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା, କେବଳ ପ୍ରସ୍ଥାନ ପାଇଁ ଅନୁମତି ରହିବ । ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୁଲିସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ପୁଲିସ ତରଫରୁ ନାକାବନ୍ଦୀ କରାଯାଇଛି। ଏହାସହ ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟ ପୋଷ୍ଟ ବ୍ୟବସ୍ଥା ହୋଇଛି ।

Advertisment

ସେପଟେ ଆଜି ସକାଳୁ ପୁରୀରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଚାଦର ତଳେ ଲୁଚି ଯାଇଛି ଶ୍ରୀମନ୍ଦିର । ଦୂରରୁ ନୀଳଚକ୍ର କି ପତିତପାବନ ବାନା ଦର୍ଶନ କରିପାରୁ ନାହାନ୍ତି ଭକ୍ତ ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe