Advertisment

ଶ୍ରୀକୃଷ୍ଣଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି। ଗହଳିକୁ ନଜରରେ ରଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।

Sakhigopal Temple

Sakhigopal Temple

Advertisment

ମହାକାର୍ତ୍ତିକ ମାସର ଆଜି ହେଉଛି ପବିତ୍ର ଅଁଳା ନବମୀ ତିଥି। ଏହି ଦିନ ପୁରୀ ସାକ୍ଷୀଗୋପାଳ ସାକ୍ଷୀଗୋପୀନାଥ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କର ଓଡ଼ିଆଣୀ ବେଶ ହୋଇଛି। ପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିକ୍ଷିତ ହୋଇଛି। ବର୍ଷକୁ ଥରେ ମାତ୍ର ରାଧାରାଣୀଙ୍କ ପାଦ ଦର୍ଶନର ସୁଯୋଗ ମିଳୁଥିବାରୁ ଏହାକୁ ହାତ ଛଡା କରିନଥିଲେ ଭକ୍ତଗଣ।

Advertisment

ଆଜି ବିଳମ୍ବିତ ରାତିରୁ ଦ୍ୱାର ଫିଟା ଯାଇ ସମସ୍ତ ନୀତିକାନ୍ତି କରାଯାଇଥିଲା। ରାଧାକୃଷ୍ଣଙ୍କୁ ବିବିଧ ସ୍ୱର୍ଣ୍ଣ ଯଥା - ସ୍ଵର୍ଣ୍ଣ କିରିଟ, ହାତରେ ସୁବର୍ଣ୍ଣ ବଂଶୀ, ଖଣ୍ଡୁଆ ପାଟ ବସ୍ତ୍ର, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି, ସେବତୀ ହାର, ନୋଥ, ଗୁଣା ଓ ଅଁଳା ହାର ଆଦି ଅଳଙ୍କାରରେ ବିଭୂଷିତ କରାଯାଇଥିଲା। ଏହି ବେଶରେ ରାଧାଙ୍କ ପାଦ ଦ୍ୱୟ ଦର୍ଶନ କଲେ ସମ୍ପୂର୍ଣ୍ଣ ହରି ପ୍ରାପ୍ତ ହେବାର ବିଶ୍ୱାସ ରହିଛି। ତେଣୁ ଏହି ଦିବ୍ୟ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି। ଗହଳିକୁ ନଜରରେ ରଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ୨୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ, ଅତିରିକ୍ତ ଏସ୍‌ପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଆଦି ମୁତୟନ କରାଯାଇଛି। ଏଥିସହ ସିସିଟିଭି ବ୍ୟବସ୍ଥା, ଡାକ୍ତରୀ ଟିମ, ଅଗ୍ନିଶମ ବାହିନୀ ଆଦି ମୁତୟନ କରାଯାଇଛି। ଆସନ୍ତା ୨୩ ତାରିଖରେ ବଡ଼ ଏକାଦଶୀ ପଡୁଥିବା ବେଳେ ସେଦିନ ମଧ୍ୟ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe