ଆଜି ପବିତ୍ର ମାଘ ସପ୍ତମୀ। ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।
ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ
ମାଘ ସପ୍ତମୀରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ଏବେଠୁ ସାଧୁସନ୍ଥ ଓ ନାଗାବାବାଙ୍କ ଭିଡ଼ ଖଣ୍ଡିଗିରି ପାଦଦେଶରେ ଦେଖିବାକୁ ମିଳିଲାଣି । ହରିଦ୍ୱାରଠାରୁ ଆରମ୍ଭ କରି ଜାମ୍ମୁଓକାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଏଠାକୁ ସାଧୁ ସନ୍ୟାସୀଙ୍କ ସୁଅ ଛୁଟିଲାଣି। ନାଗା ବାବାଙ୍କ ଧୁନରେ ପ୍ରକମ୍ପିତ ହେବ ସାରା ଖଣ୍ଡିଗିରି ପାଦଦେଶ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।