Advertisment

ନୂଆବର୍ଷରେ ଶୀଘ୍ର ଦର୍ଶନ ଦେବେ ଶ୍ରୀଜୀଉ

ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Puri Temple

Puri Temple

ନୂଆବର୍ଷରେ ସଅଳ ଦର୍ଶନ ଦେବେ ଶ୍ରୀଜୀଉ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଆଜି ରାତି ସାଢ଼େ ୧୨ ସୁଦ୍ଧା ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହେବ। ଏନେଇ ଆଶାବାଦୀ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Advertisment

ସେ କହିଛନ୍ତି, ରାତି ୧୦ରୁ ସାଢ଼େ ୧୦ ଭିତରେ ପହୁଡ଼ ନୀତି ସଂପନ୍ନ ହେବ। ଶୀଘ୍ର ପହୁଡ଼ ଓ ଦ୍ୱାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ।ବର୍ତ୍ତମାନ ସୁଦ୍ଧା ସମସ୍ତ ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଶ୍ରଦ୍ଧାଳୁଙ୍କୁ ମାର୍କେଟ୍ ଛକ ଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।