ଚାଲିଛି ଯୋଡା ଶ୍ରାବଣ । ଏନେଇ ଶିବାଳୟରେ କାଉଡିଆଙ୍କ ଭିଡ । ବାବାଙ୍କ ଠାରେ ପାଣି ଢାଳିବା ପାଇଁ କାଇଁ କେଉଁଠାରୁ ଲିଙ୍ଗରାଜ ମନ୍ଦିରକୁ ଛୁଟି ଆସିଛନ୍ତି ଭକ୍ତ । ହର୍ ହର୍ ମହାଦେବ ଧ୍ୱନୀରେ କମ୍ପୁଛି ଶିବମନ୍ଦିର। ଲିଙ୍ଗରାଜଙ୍କ ପୀଠକୁ ଜଳାଭିଷେକ ପାଇଁ ଆସିଛନ୍ତି ଭକ୍ତ ।