ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ। ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ।
ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।
Also Read
ସେପଟେ ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ ଧର୍ମ ମାସ କାର୍ତ୍ତିକରେ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଜଣ ଅତିରିକ୍ତ ଏସପି,୧୧ ଡିଏସପି, ୧୮ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି ।
ଗତକାଲି ସମଗ୍ର ରାଜ୍ୟରେ ବେଶ ଆନନ୍ଦ ଉଲ୍ଲାସର ସହ ଦୀପାବଳି ପାଳିତ ହୋଇଛି। ଲୋକମାନେ ଘରକୁ ଭଳିକି ଭଳି ଆଲୋକମାଳାରେ ସଜାଇବା ସହ ବାଣ ଫୁଟାଇ ଏହି ଉତ୍ସବକୁ ପାଳନ କରିଥିଲେ। ମାତ୍ର ପୁରୀରେ ଆଜି ପାଳନ କରାଯିବ ଦୀପାବଳି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।
Accident
ଦୁଇଟି ବାଇକ୍କୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୮ ଷଣ୍ଢ ମୃତ
ଦୁଇଟି ବାଇକ୍କୁ ଧକ୍କା ଦେଇ ଏକ ପିକ୍ଅପ୍ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।