Advertisment

ଆଜି ମହାଷ୍ଟମୀ; ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ପୂଜା ମଣ୍ଡପ

ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା।

Durga puja

Durga puja

Advertisment

ଦୁର୍ଗତିନାଶିନୀଙ୍କ ଆବାହନରେ ପ୍ରତମ୍ପିତ ହେଉଛି ଗଗନପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ। ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ।

Advertisment

ଆଜି ମହାଷ୍ଟମୀରେ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି। ବିଶେଷ କରି ମହିଳାମାନେ ଆଜି ଅଷ୍ଟମୀ ବ୍ରତ
ରଖି ମା'ଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି। ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ। ଭକ୍ତି ଭାବରେ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ସେହିପରି ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା। ସକାଳୁ ସକାଳୁ ମା'ଙ୍କର ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ଷୋଡ଼ଶ ଉପଚାର ପୂଜା ସହ ଦୁର୍ଗା ସପ୍ତସ୍ତୁତି ପାଠ ନୀତିକାନ୍ତି ହୋଇଥାଏ। ଏହାପରେ ହେବ ମହାନବମୀ ହୋମଯଜ୍ଞ କରାଯିବ। ନବମୀ ପାଇଁ ଚଣ୍ଡିପାଠରେ ଫାଟି ପଡୁଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଦେବୀଙ୍କ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବି ଜମିଛି।

Advertisment
Durga Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe