ଆଜି ମଣ୍ଡପରେ ମହାମାୟାଙ୍କ ମହା ନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଶକ୍ତିପୀଠରେ ଚାଲିଛି ମହାମାୟାଙ୍କ ଦଶମୀ ପୂଜା।
ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର। କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼।
Also Read
ଅଧିକ ସୁନ୍ଦର ହୋଇଛି ଏଲଇଡିରେ କାର୍ଟୁନ ଓ ମୂର୍ତ୍ତି। ଡ୍ରାଗନ୍, ପ୍ରଜାପତି, ମାଛ ଓ ହଂସ ଭଳି ବିଭିନ୍ନ ଲାଇଟ୍ କାର୍ଟୁନରେ ଚଳିତବର୍ଷ ଲାଇଟ୍ ଗେଟ୍ ତିଆରି କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଚହଟା ଛକ, ଖାନନଗର, ରାଣୀହାଟ, କଲେଜ ଛକ, ଯୋବ୍ରା, ବଜ୍ରକବାଟି ଆଦି ସ୍ଥାନରେ ଆକର୍ଷଣୀୟ ଲାଇଟ ଗେଟ୍ ନିର୍ମାଣ ହୋଇଛି। ଆକର୍ଷଣୀୟ ତୋରଣ ସାଂଗକୁ ସୁନା ଚାନ୍ଦି ମେଢ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Events & Festivals
ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀରେ ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି।

Events & Festivals
ଭିଡ଼ ନିୟନ୍ତ୍ରଣରେ ପୁଲିସ ପ୍ରଶାସନ ଫେଲ୍ : ମାତ୍ର ଖୋଜେ ଗଡ଼ିଲା ‘ନନ୍ଦିଘୋଷ’ ରଥ
୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ରଥଟଣା ବନ୍ଦ ରହିଥିଲା ।

Culture & Literature
ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ପୁରସ୍କାର ଉତ୍ସବରେ ଯୋଗ ଦେଇପାରି ନଥିବା ଗୀତିକାର ତଥା କବି ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ସେ ଗୁଲଜାରଜୀଙ୍କର ଦ୍ରୁତ ଆରୋଗ୍ୟ କାମନା କରିବା ସହିତ କଳା, ସାହିତ୍ୟ, ସମାଜ ଏବଂ ଦେଶ ପ୍ରତି ଅବଦାନ ଜାରି ରଖିବେ ବୋଲି ଆଶା କରିଥିଲେ।

National
‘ଭାରତର ପ୍ରତି ପଥରରେ କାହାଣୀ, ପ୍ରତି ପାହାଡ଼ରେ ଗୀତ, ପ୍ରତି ନଦୀରେ ଗୁଞ୍ଜରଣ’
ଭାରତର ପ୍ରତ୍ୟେକ ପଥରରେ ଏକ କାହାଣୀ ରହିଛି, ପ୍ରତ୍ୟେକ ପାହାଡ଼ର ଏକ ଗୀତ ରହିଛି, ପ୍ରତ୍ୟେକ ନଦୀର କିଛି ନା କିଛି ଗୁଞ୍ଜରଣ ରହିଛି। ଯଦି ଆପଣ ଭାରତର ୬ଲକ୍ଷରୁ ଅଧିକ ଗ୍ରାମକୁ ଯିବା, ତେବେ ପ୍ରତ୍ୟେକ ଗାଁର ନିଜସ୍ୱ ଲୋକକଥା ରହିଛି, କାହାଣୀ କହିବାର ନିଜସ୍ୱ ଶୈଳୀ ରହିଛି।

Guest Column
ଅଦୃଶ୍ୟ ଶ୍ରମ, ଅପରିଚିତ ହାତ
ଓଡ଼ିଶାରେ ପ୍ରାୟ ଏକ କୋଟି ଶ୍ରମିକ ଅଛନ୍ତି, ଯାହାର ଏକ ବଡ଼ ଅଂଶ ହେଲେ ମହିଳା। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୮୫% ଶ୍ରମିକ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେଥିମଧ୍ୟରୁ ଅଧିକାଂଶ ମହିଳା। କିନ୍ତୁ ସେମାନଙ୍କ ପାଇଁ ଏକ ନିଶ୍ଚିତ ଆୟ, ଭରସା ଯୋଗ୍ୟ କର୍ମ ସଂସ୍ଥାନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଜୀବନ ବୀମା କିମ୍ଵା ସୁରକ୍ଷିତ ବାର୍ଦ୍ଧକ୍ୟ ଜୀବନ ସବୁକିଛି ଅନିଶ୍ଚିତ ଅଟେ।