Advertisment

୩ରୁ ଏକାମ୍ର ଉତ୍ସବ; ୯ରେ ଆସିବେ ଜୁବିନ୍‌ ନୌଟିଆଲ୍‌

ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ। ଅନୁଷ୍ଠିତ ହେବ ‘ସଙ୍ଗୀତର ମୂର୍ଚ୍ଛନା’।

Ekamra Utsav

Ekamra Utsav

Advertisment

ଫେବ୍ରୁଆରୀ ୩ରୁ ୯ ତାରିଖ ଯାଏଁ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷା ଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ୯ ତାରିଖରେ ଆସିବେ ଲୋକପ୍ରିୟ ତଥା ୟଙ୍ଗ ମାସ୍‌ର ସବୁଠାରୁ ଖାସ୍‌ ସିଙ୍ଗର ଜୁବିନ୍‌ ନୌଟିଆଲ୍‌।

Advertisment

ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଓ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆ ବର୍ଣ୍ଣମାଳାର ଆଧାରରେ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଦ୍ଵାରା ସମ୍ମାନିତ କରୁଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ପରିକଳ୍ପିତ ଏହି ଇମ୍ପ୍ରସିଭ୍‌ ପ୍ରଦର୍ଶନୀ, ଓଡ଼ିଶାର ଚଳଚ୍ଚିତ୍ର, ଭାଷା, ସାହିତ୍ୟ ଓ ଓଡ଼ିଆ ପରିଚୟକୁ ପରିଭାଷିତ କରୁଥିବା ସମସ୍ତ ଦିଗ ସହିତ ରାଜ୍ୟର ସାଂସ୍କୃତିକ ମହତ୍ତ୍ଵକୁ ଅନ୍ତର୍ଭୁକ୍ତ କରିଛି। ସୁଚିନ୍ତିତ କ୍ୟୁରେସନ ମାଧ୍ୟମରେ ଏହି ପ୍ରଦର୍ଶନୀ ଓଡ଼ିଶାର ବିବିଧ ତଥା ସ୍ଥାୟୀ ଐତିହ୍ୟର ଏକ ଜୀବନ୍ତ ପ୍ରଦର୍ଶନ ଭାବରେ କାର୍ଯ୍ୟ କରିବ।

ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ। ଅନୁଷ୍ଠିତ ହେବ ‘ସଙ୍ଗୀତର ମୂର୍ଚ୍ଛନା’। ଯେଉଁଠି ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ। ଏହି ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ।

Advertisment

୩ ତାରିଖରେ ‘ସ୍ମୃତି ତୁମେ ଅକ୍ଷୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁ ପ୍ରମୁଖ ଯୋଗଦେବେ। ୪ ତାରିଖରେ ଆସିବେ ଅନୁରାଧା ପୌଡୱାଲ ଓ ସୁରେଶ ୱାଡେକର। ଉଭୟଙ୍ଗ ସଙ୍ଗୀତରେ ଝୁମିବେ ସଂଗୀତ ପ୍ରେମି। ୫ ତାରିଖରେ ‘ଅଭୁଲା ଅତୀତ’ କାର୍ଯ୍ୟକ୍ରମ ହେବ। ସନମ୍ ପୁରୀ ଲାଇଭ ହେବ। ଠିକ୍‌ ସେହିପରି ୬ ତାରିଖରେ ‘ଭାଷା ହିଁ ଭବିଷ୍ୟତ’ କାର୍ଯ୍ୟକ୍ରମରେ ଅଭିନେତା କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କର ପ୍ରମୁଖ ଅଭିନୟର ଜାତୁ ଦେଖାଇବେ। ୭ ତାରିଖରେ ‘ବସନ୍ତର ସ୍ୱର’ କାର୍ଯ୍ୟକ୍ରମ ହେବ। ଏଥିରେ ବଲିଉଡ୍‌ ସିଙ୍ଗର ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ରୁତୁରାଜ ମହାନ୍ତି ପ୍ରମୁଖ ସଂଗୀତ ପରିବେଷଣ କରିବେ। ୮ ତାରିଖରେ ‘ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା’ କାର୍ଯ୍ୟକ୍ରମରେ ସୋନୁ ନିଗମ ଆସୁଥିବାରୁ ୯ ତାରିଖରେ ଜୁବିନ ନୌଟିଆଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବୁଧବାର ଲୋକସେବା ଭବନରେ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ସମ୍ମିଳନୀରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଏକାମ୍ର ଉତ୍ସବ ସ୍ପେଶାଲ ଡ୍ୟୁଟିରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସିଦ୍ଦିକ ଆଲାମ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତି ଥିଲେ।

ଏକାମ୍ର ଉତ୍ସବରେ ଓଡ଼ିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ‘ଆମ ବ୍ୟଞ୍ଜନ’ କାର୍ଯ୍ୟକ୍ରମ ଏଥିରେ ସାମିଲ କରାଯାଇଛି। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କେବଳ ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ। ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ(ଜଳଖିଆ/ମୁଖ୍ୟ ଖାଦ୍ୟ) ଗୋଟିଏ ଗୋଟିଏ ଷ୍ଟଲ୍‌ରେ ଉପଲବ୍ଧ ହେବ। କେବଳ ସେତିକି ନୁହେଁ ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ରାତ୍ରିକାଳୀନ ବଜାର / ଫ୍ଲି ମାର୍କେଟ ମଧ୍ୟ ଆସନ୍ତା ୩ରୁ ୯ ଯାଏ ଖୋଲିବ l ଯାହା ପ୍ରତିଦିନ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ଚାଲିବ।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe