Advertisment

ହସ୍ତତନ୍ତର ପ୍ରଚାର; ରାମ୍ପ ଶୋ’ରେ ଜଲୱା ଦେଖାଇଲେ ମଡେଲ୍‌

ରାମ୍ପ ଶୋ’ରେ ଜାତୀୟ ସ୍ତରର ମଡ଼େଲ୍‌ମାନେ ମଧ୍ୟ ସାମିଲ୍‌ ହୋଇଥିଲେ। ହସ୍ତତନ୍ତ ବସ୍ତ୍ର ପରିଧାନ କରି ମଡ଼େଲ୍‌ରେ ରାମ୍ପ ଶୋ’ରେ ଚାଲିଥିଲେ। ମୋଟ୍‌ ୭ ରାଉଣ୍ଡର ଜାତୀୟ ସ୍ତରର ୧୨ ମଡେଲ୍‌ ଓ ୩୦ ଜଣ କିଡ୍ସ ମଡ଼େଲ୍‌ ରାମ୍ପ ଶୋ’ରେ ୱାକ୍‌ କରିଥିଲେ।

Sambalpur

Sambalpur

Advertisment

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ହସ୍ତତନ୍ତ ଓ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି। ସେହି ମର୍ମରେ ସମ୍ୱଲପୁର ବୁଢ଼ା ବଜାରରେ ଆୟୋଜିତ ହୋଇଛି ଫ୍ୟାସନ୍‌ ଶୋ (ଫ୍ୟାଶୋନୋଭା)। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଫ୍ୟାସନ୍‌ ଡିଜାଇନର ଓ ମଡେଲ୍‌ମାନେ ସାମିଲ ହୋଇଥିଲେ। ଆଉ ନିଜ ଦ୍ୱାରା ପ୍ରସ୍ତୁତ ପୋଷାକ ପ୍ରଦର୍ଶିତ କରିବା ସହିତ ରାମ୍ପ ଶୋ’ରେ ଚାଲିଥିଲେ। ବିଶେଷ କରି ଛୋଟି ଛୋଟ ପିଲାଙ୍କ ରାମ୍ପ ଶୋ’ ଥିଲା ଚିତାକର୍ଷକ। ରଙ୍ଗୀନ ଝିଲ୍‌ମିଲ୍‌ ଲାଇଟ୍‌ ଓ ମ୍ୟୁଜିକର ତାଳେ ତାଳେ କୁନି ପ୍ରତିଭାମାନେ ଷ୍ଟେଜ୍‌ରେ ଚାଲିଥିଲେ।

Advertisment

ରାମ୍ପ ଶୋ’ରେ ଜାତୀୟ ସ୍ତରର ମଡ଼େଲ୍‌ମାନେ ମଧ୍ୟ ସାମିଲ୍‌ ହୋଇଥିଲେ। ହସ୍ତତନ୍ତ ବସ୍ତ୍ର ପରିଧାନ କରି ମଡ଼େଲ୍‌ରେ ରାମ୍ପ ଶୋ’ରେ ଚାଲିଥିଲେ। ମୋଟ୍‌ ୭ ରାଉଣ୍ଡର ଜାତୀୟ ସ୍ତରର ୧୨ ମଡେଲ୍‌ ଓ ୩୦ ଜଣ କିଡ୍ସ ମଡ଼େଲ୍‌ ରାମ୍ପ ଶୋ’ରେ ୱାକ୍‌ କରିଥିଲେ। ସେହିପରି କିଛି ଗୃହିଣୀ ମଧ୍ୟ ଚାଲିଥିବା ଦେଖିବାକୁ ମିଳିଛି। ତେବେ ଭୁବନେଶ୍ୱର ଏନ୍‌ଆଇଏଫ୍‌ଟିର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ଓ ରାମ୍ପ ଶୋ’ ଥିଲା ଆକର୍ଷଣୀୟ।

Sambalpurରାମ୍ପ ଶୋ’ରେ ଚାଲିଥିବା ଦୁଇ କୁନି ମଡ଼େଲ୍‌

ଭୁବନେଶ୍ୱର NIFTର ପ୍ରିନ୍ସପାଲ୍‌ ବିଷ୍ଣୁପ୍ରିୟା ଦାସ କହିଛନ୍ତି, ସମ୍ୱଲପୁରୀ ବସ୍ତ୍ର ହେଉଛି ଓଡ଼ିଶାର ଗର୍ବ। ସେଥିପାଇଁ ସମ୍ୱଲପୁରୀ ବସ୍ତ୍ର ୱେଷ୍ଟର୍ଣ୍ଣ ଲୋକ୍‌ ଦେଇଛୁ। ବର୍ତ୍ତମାନ ଦେଖିବାକୁ ଗଲେ ସମ୍ୱଲପୁରୀ ଶାଢ଼ୀକୁ ସମସ୍ତେ ଜାଣିଛନ୍ତି। ହେଲେ ସମ୍ୱଲପୁରୀ ଡ୍ରେସ୍‌କୁ ୱେଷ୍ଟର୍ଣ୍ଣ ଲୋକ୍‌ ଦେଲେ ବାହାର ଲୋକମାନେ ପିନ୍ଧି ପାରିବେ। ଯାହାକୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଅତି ଆରାମରେ ପରିଧାନ କରି ପାରିବେ। ସେହି ଚିନ୍ତାଧାରା ନେଇ ଆମ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଛନ୍ତି ଡ୍ରେସ୍‌। ଯାହାକୁ ପିନ୍ଧି ପିଲାମାନେ ଅଜି ରାମ୍ପ ଶୋ’ରେ ଚାଲୁଛନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି।

Advertisment
Sambalpurରାମ୍ପ ଶୋ’ରେ ଭାଗ ନେଇଥିବା ମଡେଲ୍‌

ରାମ୍ପ ଶୋ’ରେ ଭାଗ ନେଇଥିବା ଫେସନ୍‌ ଡିଜାଇନର ଚିତ୍ରରେଖା ସେନାପତି କହିଛନ୍ତି, ସମ୍ୱଲପୁରୀ ବସ୍ତ୍ରରେ ବିଭିନ୍ନ ପୋଷାକ ତିଆରି କରିଛି। ସେଥିରେ ସମ୍ୱଲପୁରୀ ବ୍ଲେଜର, ୱେଷ୍ଟ କୋଟ୍‌, ଫ୍ରକ୍‌, ଗାଉନ୍‌ ପ୍ରମୁଖ ରହିଛି ବୋଲି ଚିତ୍ରରେଖା କହିଛନ୍ତି।

Handloom Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe