Ayodhya
ଅଯୋଧ୍ୟାରେ ପହଞ୍ଚିଲା ଧ୍ୱଜଦଣ୍ଡ। ଅହମଦାବାଦ ଗୋଟାରୁ ଅଯୋଧ୍ୟା ଆସିଛି ୭ଟି ଧ୍ୱଜଦଣ୍ଡ। ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି।
Advertisment
ଏହାକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗିବ ଏହି ଧ୍ୱଜଦଣ୍ଡ। ଏହିଥିରେ ହିଁ ପତାକା ଲାଗିବ। ମୁଖ୍ୟ ମନ୍ଦିରରେ ଲାଗିବାକୁ ଥିବା ଧ୍ୱଜଦଣ୍ଡର ଉଚ୍ଚତା ୪୪ ଫୁଟ୍ ଥିବା ବେଳେ ଏହାର ଓଜନ ୫ ଟନ୍ ରହିଛି।
ସେହିପରି ବାକି ୬ଟି ଧ୍ୱଜଦଣ୍ଡ ପାର୍ଶ୍ୱଦେବାଦେବୀଙ୍କ ମନ୍ଦିରରେ ଲାଗିବ। ଗତ ୫ ତାରିଖରେ ଅହମଦାବାଦ ଗୋଟାରୁଧ୍ୱଜଦଣ୍ଡ ଧରି ବାହାରିଥିଲେ ନିର୍ମାଣକାରୀ ସଂସ୍ଥା। ୩ ଦିନର ଯାତ୍ରା ପରେ ଏହି ଧ୍ୱଜଦଣ୍ଡ ଆଜି ଅଯୋଧ୍ୟାରେ ପହଞ୍ଚିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
