୬ରୁ ବରମୁଣ୍ଡା ପଡ଼ିଆରେ ଶିଶିର ସାରସ

ଆସନ୍ତାମାସ ୬ତାରିଖରୁ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଶିଶିର ସାରସ ମେଳା ଅନୁଷ୍ଠିତ ହେବ । ଏହି ମେଳା ଜାନୁୟାରୀ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ୪୦୦ ଷ୍ଟଲ୍ ଖୋଲିବ ବୋଲି ଜଣାପଡ଼ିଛି ।

Representational Image

  • Published: Wednesday, 27 December 2023
  • , Updated: 27 December 2023, 06:33 PM IST

ଆସନ୍ତାମାସ ୬ତାରିଖରୁ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଶିଶିର ସାରସ ମେଳା ଅନୁଷ୍ଠିତ ହେବ । ଏହି ମେଳା ଜାନୁୟାରୀ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ୪୦୦ ଷ୍ଟଲ୍ ଖୋଲିବ ବୋଲି ଜଣାପଡ଼ିଛି ।

ଓରମାସ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଜାତୀୟ ହସ୍ତତନ୍ତ,ହସ୍ତଶିଳ୍ପ ଓ ପ୍ରାକୃତିକ ଖାଦ୍ୟ ସାମଗ୍ରୀର ଏହି ମେଳାରେ ୨୬ଟି ରାଜ୍ୟରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ଅନ୍ୟମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି । ପ୍ରତ୍ୟେକ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

୨୦ଟି ଷ୍ଟଲରେ ସ୍ୱତନ୍ତ୍ର ଫୁଡ୍ କୋର୍ଟ ଖୋଲିବ । ଏହାସହିତ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡ଼ିକ ମେଳା ସ୍ଥଳୀରେ ଅସ୍ଥାୟୀ ଏଟିଏମ୍ ମେସିନ୍ ବସାଇବେ। ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିବ ।

ସେହିପରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ପିଲାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟାଟେରିଂଚାଳିତ ଗାଡ଼ିର ସୁବିଧା ରହିବ । ଏହାସହିତ ସ୍କୁଲ ପିଲାମାନଙ୍କ ପାଇଁ ଓପନ୍ କ୍ୱିଜ୍ , ଡ୍ରଇଂ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ଜଣାପଡ଼ିଛି ।

ଆଜି ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Related story