Advertisment

ଜି-20 ଶିଖର ସମ୍ମିଳନୀ: ବାପୁଙ୍କୁ ବିଶ୍ୱନେତାଙ୍କ ଶ୍ରଦ୍ଧାଞ୍ଜଳି

ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶର ରାଷ୍ଟ୍ରମୁଖ୍ୟ।

author-image
Debibandita Barick
ଅଦ୍ୟତନ ହୋଇଛି
G20 leaders pay floral tributes to Mahatma Gandhi at Rajghat

G20 leaders pay floral tributes to Mahatma Gandhi at Rajghat

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ ବାପୁଙ୍କ ସମାଧି ପୀଠରେ ପହଞ୍ଚି ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ। 

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ସ୍ୱାଗତ କରିଥିଲେ। ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଖଦିରେ ପ୍ରସ୍ତୁତ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଖଦି ଥିଲା ବାପୁଙ୍କର ପରିଚୟ। କାରଣ ସେ କାଟି ଖାଅ, କୁଟି ପିନ୍ଧିବାର ଆହ୍ୱାନ ଦେଇଥିଲେ। ଏହାପରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ନିରବ ପ୍ରାର୍ଥନା କରି ବାପୁଙ୍କୁ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ସମୟରେ ବାପୁଙ୍କ ଭକ୍ତି ଗୀତ ପରିବେଷଣ ହୋଇଥିଲା।

Advertisment
 UK PM Rishi Sunak, wife Akshata Murty at Delhi's Akshardham templeଅକ୍ଷରଧାମରେ ପୂଜା କରୁଛନ୍ତି ସୁନକ ଦମ୍ପତି

ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନେତାଙ୍କୁ ସାବରମତି ଆଶ୍ରମ ବାବଦରେ ସବିଶେଷ ବୁଝାଇଛନ୍ତି।  ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ପତ୍ନୀଙ୍କୁ ନେଇ ଅକ୍ଷରଧାନ ମନ୍ଦିର ଭ୍ରମଣ କରିଛନ୍ତି। ଦିଲ୍ଲୀରେ ସେପ୍ଟେମ୍ବର 9-10 ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ଜି-20 ଶିଖର ସମ୍ମିଳନୀ। ଭାରତ ପ୍ରଥମ କରି ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଥିବାରୁ ଦିଲ୍ଲୀରେ ବ୍ୟାପକ ଆୟୋଜନ ହୋଇଛି।

Rishi Sunak, wife Akshata Murty at Delhi's Akshardham templeଅକ୍ଷରଧାମରେ ସୁନକ ଦମ୍ପତି