Advertisment

‘ଗବ୍ବର ଚାଏ’ ମଜା ନିଆରା; ଲୋକେ ଫିଦା

‘ଗବ୍ବର ଚାଏ’ ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ।

ଅଦ୍ୟତନ ହୋଇଛି
Gabar tea

Gabar tea

Advertisment

ମନ ମୋହୁଛି କଟକର ଐତିହାସିକ ବାଲିଯାତ୍ରା। ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ। ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ। ସେହିଭଳି ବାଲିଯାତ୍ରାରେ ଥିବା ବିଭିନ୍ନ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏଥର ବାଲିଯାତ୍ରାରେ ପଡିଛି ଭିନ୍ନ ଏକ ନାଁ ଥିବା ଚାହା ଦୋକାନ। ଚାହା ର ନାଁ ରହିଛି ‘ଗବ୍ବର ଚାଏ’। ଏହି ଚାହା ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ। ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନାହାନ୍ତି।

Advertisment

‘ଗବ୍ବର  ଚାଏ ଦୋକାନର ମାଲିକ କହିଛନ୍ତି, ଆମେ ଗବ୍ବର ଚାଏରେ ସ୍ୱତନ୍ତ୍ର ମସଲା ପକାଉଛୁ। ଏହି ମସଲା ଓଡ଼ିଶାରେ ବହୁତ କମ୍‌ ମିଳେ। ସବୁ ଭେରାଇଟରେ ଚାହା ଏଠାରେ ମିଳେ। ଯେପରି ସୁଗାର ଫ୍ରି, ଗୁଡ଼ ଓ ମହୁ ଓ ତୁଳସୀ ଫ୍ଲେବର ଚାହା ପାଇପାରିବେ। ୫୦ରୁ ୬୦ ପ୍ରକାରର ଫ୍ଲେବର ଚାହା ଏଠାର ମିଳେ। ସବୁ ପ୍ରକାରର ଫ୍ଲେବର ଦାମ ଅଲଗା ରହିଛି। ଏହି ଚାହା ପିଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଭଲ ବେପାର ମଧ୍ୟ ହେଉଛି। ଆମେ ପେପର କପ ବଦଳରେ ମାଟି କପରେ ଲୋକଙ୍କୁ ଚାହା ଦେଉଛୁ। ୨୫ରୁ ୩୦ ହଜାର ଚାହା କପ୍ ଚାହା ବିକ୍ରି କରିସାରିଲୁଣି।

ଜଣେ ଦର୍ଶକ କହିଛନ୍ତି, ଏହି ଚାହାର ଟେଷ୍ଟ ବଢ଼ିଆ ରହିଛି। ଚାହା ବାସ୍ନା ମଧ୍ୟ ନିଆର ରହିଛି।

Advertisment
Bali Yatra Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe