Advertisment

ଆଜି ପବିତ୍ର ଗାନ୍ଧି ଜୟନ୍ତୀ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜଘାଟକୁ ଯାଇ ଗାନ୍ଧିଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

congress

congress

Advertisment

ଆଜି ପବିତ୍ର ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି।

Advertisment

ଯୁବ ମୋହନଦାସ ଲଣ୍ଡନରେ ଓକିଲାତି ପଢ଼ି ଭାରତ ଫେରିବା ପରେ, ସାଜିଥିଲେ ସ୍ୱାଧୀନତା ସଂଗ୍ରାମର ପୁରୋଧା। ଅହିଂସାକୁ ଅସ୍ତ୍ର କରି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ ଏବଂ ପ୍ରତିଟି ଭାରତୀୟଙ୍କ ମନରେ ଜାଳିଥିଲେ ବିପ୍ଳବର ବହ୍ନି।

ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। ବିଭିନ୍ନ ସ୍ଥାନରେ ଏହିଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜଘାଟକୁ ଯାଇ ଗାନ୍ଧିଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

Advertisment
Gandhi Jayanti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe