ଗଙ୍ଗା ସାଗର ମେଳା ଆରମ୍ଭ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା ।

Ganga Sagar Mela

ଗଙ୍ଗା ସାଗର ମେଳାରେ ବୁଡ଼ ପକାଉଛନ୍ତି ଭକ୍ତ।

Niharika Rout
  • Published: Monday, 13 January 2025
  • Updated: 13 January 2025, 10:15 AM IST

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା । ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମୁଦ୍ରରେ ମକର ବୁଡ଼ ଦେଇ ପ୍ରସିଦ୍ଧ କପିଳ ମୁନି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଗତକାଲି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗରରେ ପହଞ୍ଚିଥିଲେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଲକ୍ଷାଧିକ ଲୋକ ଗଙ୍ଗାସାଗରରେ ପହଞ୍ଚିଲେଣି। ମେଳାରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଗଙ୍ଗାସାଗର ମେଳାରେ ଯୋଗଦେବା ଓ ସାଗର ଦ୍ୱୀପରେ ବୁଡ଼ ପକାଇବା ପାଇଁ ମୁଖ୍ୟତଃ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଓଡିଶା, ବିହାର, ଛତିଶଗଡ, ଗୁଜୁରାଟ ସମେତ ଭାରତ ତଥା ଆମେରିକା, ଫ୍ରାନ୍ସ, ଜାପାନରୁ ସର୍ବାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ।

Also Read

କୁହାଯାଏ, ଗଙ୍ଗା ହିମାଳୟ ପର୍ବତରୁ ବାହାରି ସାତ ଧାରା ଗଙ୍ଗା, ଯମୁନା, ସରସ୍ୱତୀ, ରଥସ୍ଥା,ସରଜୁ, ଗୋମତୀ ଓ ଗଣ୍ଡକରେ ପ୍ରବାହିତ ହୋଇ ଭଗୀରଥଙ୍କ ସମସ୍ତ ପୂର୍ବଜଙ୍କୁ ମୋକ୍ଷ ପ୍ରଦାନ କରି ଶେଷରେ ସାଗରରେ ସମାହିତ ହୁଏ । ଗଙ୍ଗା ଓ ସାଗରର ଏହି ସଙ୍ଗମ ସ୍ଥଳକୁ ଗଙ୍ଗାସାଗର କୁହାଯାଏ ।

ସାଗର ଦ୍ୱୀପ ଅର୍ଥାତ୍‌ ଗଙ୍ଗାସାଗରର ଗୋଟିଏ ପଟେ ବଙ୍ଗୋପସାଗର ଥିବା ବେଳେ ଅନ୍ୟପଟେ ବାଂଲାଦେଶ ସୁନ୍ଦରବନର ଦୁର୍ଗମ, ହିଂସ୍ର ବନ୍ୟଜନ୍ତୁଙ୍କ ଅଞ୍ଚଳକୁ ଛୁଇଁ ଜଳରାଶି ଥିବା ଏହି ସମ୍ପୂର୍ଣ୍ଣ କ୍ଷେତ୍ର ପ୍ରାୟ ୨୮,୭୦୬ ବର୍ଗ କିଲୋମିଟର ଯାଏଁ ପରିବ୍ୟାପ୍ତ ।

ଏହି ସ୍ଥାନରେ ପୌଷ ମାସ ସଂକ୍ରାନ୍ତି ‍ବୁଡ଼ ପକାଇଲେ ପୁର୍ଣ ଅର୍ଜନ ହୋଇ ଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ପ୍ରତି ବର୍ଷ ଏହି ମେଳାରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ମକର ସଂକ୍ରାନ୍ତିରେ ବୁଡ଼ ପକାନ୍ତି । ଏଠାକାର ମୁଖ୍ୟ ଆକର୍ଷଣ କପିଳ ମୁନି ମନ୍ଦିର ହୋଇଥିବା ବେଳେ ତାହା କେବେ ପ୍ରତିଷ୍ଠା ହୋଇଥିଲା, ତାହା କହିବା କଠିନ ।

ଏଠାରେ ଯେଉଁ ବିଶାଳ ମନ୍ଦିର ରହିଛି, ତାହା ଜନୋକ୍ତି ଅନୁଯାୟୀ ୧୪୦୦ ବର୍ଷ ପୂର୍ବରୁ ସନ୍‌ ୪୩୭ରେ ନିର୍ମିତ ହୋଇଥିଲା । ଏହି ମନ୍ଦିରରେ କପିଳ ମୁନି ନାମକ ଜଣେ ଦେବତୁଲ୍ୟ ସିଦ୍ଧ ମହାତ୍ମାଙ୍କ ମୂର୍ତ୍ତି ରହିଛି, ଯାହାକୁ ଜୟପୁରର ଗୁରୁ ସଂପ୍ରଦାୟ ପ୍ରତିଷ୍ଠା କରିଥିଲେ ।

କୁହାଯାଏ, ବହୁତ ବର୍ଷ ପରେ ରାମାନନ୍ଦୀ ସଂପ୍ରଦାୟର ସନ୍ନ୍ୟାସୀମାନେ ଏହାକୁ ତାଙ୍କର ଆରାଧ୍ୟ ସ୍ଥଳ କରିଥିଲେ । ସେବେଠାରୁ ଅଯୋଧ୍ୟାର ହନୁମାନଗଢ଼ୀରୁ ଏହି ମନ୍ଦିରକୁ ପରିଚାଳନା କରାଯାଇଆସୁଛି । ଗଙ୍ଗାସାଗରରେ କପିଳ ମୁନିଙ୍କ ଏହା ଚତୁର୍ଥ ମନ୍ଦିର । ଅନ୍ୟ ତିନିଟି ମନ୍ଦିର ସାଗର ଦ୍ୱୀପର ଜଳରାଶିରେ ମିଶିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story