Advertisment

ରାମଲଲାଙ୍କ ପାଇଁ ଆସୁଛି ସୁନାର କଠଉ

ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ।

 Ayodhya

Ayodhya

Advertisment

ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ। ଏହାରି ଭିତରେ କିଛି ରାମ ଭକ୍ତଙ୍କୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି। କିଏ ଶ୍ରୀରାମଙ୍କ ପାଇଁ ପାଦୁକା ତିଆରି କରି ୭ ହଜାର କିଲୋମିଟର ପଦଯାତ୍ରା କରିଛି, ତ କିଏ ୩୦ ବର୍ଷର ମୌନବ୍ରତ ଭାଙ୍ଗିବାକୁ ଯାଉଛି।

Advertisment

ରାମାୟଣରେ ଭରତଙ୍କ ପାଦୁକା ପୂଜାର ଖୁବ୍ ମହତ୍ତ୍ୱ ଥିବା ବେଳେ। ଏବେ ରାମଲଲାଙ୍କ ପାଇଁ ଏହି ପାଦୁକା ତିଆରି କରି ପୂଜା କରୁଛନ୍ତି ଜଣେ ପରିଣତ ବୟସ୍କ ଭକ୍ତ। ହାଇଦ୍ରାବାଦର ୬୪ ବର୍ଷୀୟ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ଏହାକୁ ଧରି ଅଯୋଧ୍ୟା ଅଭିମୁଖେ ୭ ହଜାର ୨ଶହ କିଲୋମିଟର ପଦଯାତ୍ରା କରିଛନ୍ତି। ତ୍ରେତୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରୁ ରାମେଶ୍ୱରମ ଯାଏଁ ଯେଉଁ ବାଟ ଦେଇ ବନ ଗମନ କରିଥିଲେ। ସେଇ ବାଟେ ବାଟେ ରାମେଶ୍ୱରମରୁ ବାହାରି ଚିତ୍ରକୁଟ ଯାଏଁ ପହଞ୍ଚିଛନ୍ତି ଶ୍ରୀନିବାସ।

୧୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ସେ ୧୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ଭେଟିବେ ଏବଂ ଏହି ସ୍ୱର୍ଣ୍ଣ ଆଚ୍ଛାଦିତ ପାଦୁକା ରାମଲାଲାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବେ। ଜଣେ କରସେବକଙ୍କ ପୁଅ ଶ୍ରୀନିବାସ ବାପାଙ୍କ ଇଚ୍ଛା ପୂରଣ ପାଇଁ ଏହି କଠିନ ପଦଯାତ୍ରା କରୁଥିବା ବେଳେ, ତାଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇଛନ୍ତି ତାଙ୍କ ଦିବ୍ୟାଙ୍ଗ ପୁଅ ଚଲ୍ଲା ପବନ କୁମାର।

Advertisment

ଅଯୋଧ୍ୟାଧିପତିଙ୍କ ପାଇଁ ମଥୁରାଧିପତିଙ୍କର ଦିବ୍ୟ ଉପହାର। ମଥୁରାର ବାଙ୍କେବିହାରୀ ମନ୍ଦିର ପକ୍ଷରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଠାଯାଇଛି ରୌପ୍ୟ ଜଡ଼ିତ ଶଙ୍ଖ, ରୁପାର ବଂଶୀ, ନାନା ଅଳଙ୍କାର, କେଶର ଓ ଅତର। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ଶଙ୍ଖ ଫୁଙ୍କାଯିବ ବୋଲି ସୂଚନା ମିଳିଛି। ଇଏ ଏମିତି ସେମିତି ଘଣ୍ଟି ନୁହେଁ। ରାମମନ୍ଦିରରେ ଗୁଞ୍ଜରିତ ହେବ ଏହି ୨୪ଶହ କିଲୋଗ୍ରାମ ଓଜନର ବିଶାଳ ଘଣ୍ଟିର ଶବ୍ଦ। ଉତ୍ତରପ୍ରଦେଶ ଇଟାହରୁ ଏହା ଅଯୋଧ୍ୟା ଆସିଥିବା ବେଳେ, ଏହାକୁ ତିଆରି କରିବାକୁ ୨ ବର୍ଷ ଲାଗିଛି। ଅନ୍ୟ ୭ଟି ଘଣ୍ଟିର ଓଜନ ୫୧ କିଲୋଗ୍ରାମ।

ସେହିପରି ଅହମ୍ମଦାବାଦରୁ ଅଖିଳ ଭାରତୀୟ ଡମ୍ବଗର ସମାଜ ପଠାଇଛି ସାଢ଼େ ୪ କୁଇଣ୍ଟାଲ ଓଜନର ନାଗରା। ସେପଟେ ରାମଲାଲାଙ୍କ ରାଜବସ୍ତ୍ରକୁ ସୁରକ୍ଷିତ ରଖିବାକୁ ଆସୁଛି ଚିତ୍ରିତ ଆଲମାରି। ଏହାକୁ ପ୍ରୟାଗରାଜର ଲେଟେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଅଯୋଧ୍ୟାକୁ ପଠାଯାଇଛି। ଏହି ଆଲମାରି ସହ ହାଜି ଅସଲାମ ନାମକ ଜଣେ ରାମଭକ୍ତ ପ୍ରଭୁଙ୍କ ପାଇଁ କିଛି ଅଙ୍ଗବସ୍ତ୍ର ମଧ୍ୟ ପଠାଇଛନ୍ତି।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe