Advertisment

ଗ୍ଲାମର ୱାର୍ଲ୍ଡ ନ ଥିଲା ଐଶ୍ୱର୍ଯ୍ୟାଙ୍କ ପ୍ରଥମ ପସନ୍ଦ

ଆଜି ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମ ଦିନ ହୋଇଥିବା ବେଳେ ସେ ଆଜି ୫୦ବର୍ଷରେ ପାଦ ଥାପିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Aishwarya Rai

Aishwarya Rai

ଆଜି ବି କିମିଆ କରୁଛି ଐଶ୍ୱର୍ଯ୍ୟାଙ୍କ ନୀଳ ନୟନ । ତାଙ୍କ ସୌନ୍ଦର୍ଯ୍ୟର ଅଛନ୍ତି ଅଗଣିତ ଦିୱାନା । ଫିଲ୍ମ ଲାଇନ୍‌ରୁ ଦୂରେଇ ଯାଇଥିଲେ ବି କମି ନାହିଁ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା। ଆଜି ବି ବିଶ୍ୱ ସୁନ୍ଦରୀଙ୍କ ଗୋଟିଏ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକ । କେବଳ ଦେଶ ନୁହନ୍ତି, ଦେଶ ବାହାରେ ବି ଅଛନ୍ତି ତାଙ୍କ ପ୍ରଶଂସକ । ଆଜି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମ ଦିନ ହୋଇଥିବା ବେଳେ ସେ ଆଜି ୫୦ବର୍ଷରେ ପାଦ ଥାପିଛନ୍ତି। ମାତ୍ର ୫୦ରେ ବି ଫିଟ୍‌ ଓ ଖୁବ୍‌ ବିୟୁଟିଫୁଲ୍‌ ଲାଗୁଥିବା ବେଳେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ।

Advertisment

ମିସ୍‌ ଇଣ୍ଡିଆ ଓ ମିସ୍‌ ୱାଲର୍ଡ ଟାଇଟଲ ଜିତି ଫିଲ୍ମ ଦୁନିଆରେ ପାଦ ଥାପିଥିବା ଐଶ୍ୱର୍ଯ୍ୟା ବହୁ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ନିଜ ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରଥମ ପସନ୍ଦ କିନ୍ତୁ ଗ୍ଲାମର ୱାର୍ଲ୍ଡ ନ ଥିଲା।

ପିଲା ବେଳୁ ପାଠପଢ଼ାରେ ଆଗୁଆ ଥିବା ଐଶ୍ୱର୍ଯ୍ୟା ଜଣେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିଲେ। ଏଥିନିମନ୍ତେ ଜୁଲୋଜି ତାଙ୍କର ପସନ୍ଦ ସବଜେକ୍ଟ ଥିବା ବି ସେ ବହୁ ଥର କହିଛନ୍ତି ।

Advertisment
aishwarya-raiକାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା ।

ମାତ୍ର ମଡେଲିଂ ଦୁନିଆରେ ପାଦ ଦେବା ପରଠୁ ତାଙ୍କୁ ଆଉ ପଢ଼ିବା ପାଇଁ ସମୟ ମିଳି ନ ଥିଲା। ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ଜଣେ ଆଗଧାଡ଼ିର ମଡେଲ ଭାବେ ପରିଚିତ ଥିଲେ। ଏବେ ସେ ଫିଲ୍ମଠୁ ଦୂରରେ ଥିବା ସତ୍ତ୍ୱେ ଲାଇମଲାଇଟ୍‌ରେ କିନ୍ତୁ ସବୁବେଳେ ରହୁଛନ୍ତି।

ଐଶ୍ୱର୍ଯ୍ୟା ପ୍ରଥମେ ତାମିଲ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିବା ବେଳେ ଏହାପରେ ସେ ବଲିଉଡରେ ପାଦ ଥାପିଥିଲେ। ୧୯୯୭ ମସିହାରେ ସେ ମଣିରତ୍ନମଙ୍କ ଫିଲ୍ମ ‘ଇରୁବର’ ଜରିଆରେ ଡେବ୍ୟୁ କରିଥିଲେ। ‘ଔର ପ୍ୟାର ହୋ ଗୟା’ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ମାତ୍ର ହମ ଦିଲ ଦେଚୁକେ ସନମ ଓ ଦେବଦାସ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ବଲିଉଡରେ କେହି ଗଡଫାଦର ନ ଥିବାରୁ ବଚ୍ଚନ ଖାନାଦାନର ବୋହୂ ଐଶ୍ୱର୍ଯ୍ୟା ବି ପ୍ରଥମେ ବହୁ ଥର ରିଜେକ୍ଟ ହୋଇଥିବା ବେଳେ ଟ୍ରୋଲ୍‌ର ବି ଶିକାର ହୋଇଥିଲେ।

Aishwarya Rai with familyପରିବାର ସହ ଐଶ୍ୱର୍ଯ୍ୟା ।

ହିନ୍ଦୀ, ଇଂଲିଶ ସହ କନ୍ନଡ, ତାଲିମ, ଊର୍ଦ୍ଧ୍ୱ ଭାଷାରେ ବେଶ୍‌ ପାରଙ୍ଗମ ଅଟନ୍ତି ଏହି ନୀଳ ନୟନା ଅଭିନେତ୍ରୀ । ମାତ୍ର ବଲିଉଡରେ ପାଦ ଥାପିବା ପୂର୍ବରୁ ସେ ଟିଭି ସିରିଏଲ ପାଇଁ ଭଏସ ଡବିଂ ଅଡିଶନ ଦେଇଥିବା ବେଳେ ରିଜେକ୍ଟର ସମ୍ମୁଖୀନ ହୋଇଥିଲେ।

୧୯୯୪ ମସିହାରେ ମିସ୍‌ ୱାର୍ଲ୍ଡ ଟାଇଟଲ ଜିତିବା ପରେ ତାଙ୍କୁ ଲୋକପ୍ରିୟତା ମିଳିଲ। କିନ୍ତୁ ତାହା ପୂର୍ବରୁ ସେ ବିଜ୍ଞାପନ ଦୁନିଆରେ ସକ୍ରିୟ ଥିଲେ। ମାତ୍ର ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ପ୍ରଥମ ଥର ପାଇଁ କ୍ୟାମେରା ଫେସ୍‌ କରିବା ସହ ଏକ ବିଜ୍ଞାପନ ପାଇଁ କାମ କରିଥିଲେ।

ଆମିର ଖାନଙ୍କ ସହ ପେପ୍ସି ବିଜ୍ଞାପନ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଐଶ୍ୱର୍ଯ୍ୟା ଏକମାତ୍ର ଏପରି ଅଭିନେତ୍ରୀ ଯିଏକି ଉଭୟ ପେପସି ଓ କୋକୋକଲାର ବ୍ରାଣ୍ଡ ଆମ୍ବାସଡାର ରହି ସାରିଛନ୍ତି।

Aishwarya Raiଐଶ୍ୱର୍ଯ୍ୟା ରାୟ ।

ଐଶ୍ୱର୍ଯ୍ୟା ଜଣେ ଟ୍ରେଡ ଡ୍ୟାନ୍ସର ହୋଇଥିବା ବେଳେ ଛୋଟ ବେଳୁ କ୍ଲାସିକାଲ ଡ୍ୟାନ୍ସ ଶିଖିଥିଲେ। ଐଶ୍ୱର୍ଯ୍ୟାଙ୍କୁ ଡାଏଟିଂ ଓ ଏକ୍ସରସାଇଜ କରିବା ପସନ୍ଦ ନୁହେଁ। କିନ୍ତୁ ସେ ନିୟମିତ ଭାବେ ଯୋଗଭ୍ୟାସ୍‌ କରୁଥିବାରୁ ଆଜି ବି ସେ ବହୁ ସୁନ୍ଦରୀଙ୍କୁ ପଛରେ ପକାଇ ଅଗଣିତ ଦର୍ଶକଙ୍କ ହୃଦୟର ରାଣୀ ସାଜିଛନ୍ତି। ଫଳରେ ୫୦ ବର୍ଷ ପରେ ବି ଯିଏ ତାଙ୍କୁ ଥରେ ଦେଖୁଛି, ଆଖି ହଟାଇ ପାରୁନି ।

୨୦୦୩ ମସିହାରେ ଦେଶର ପ୍ରତିନିଧିତ୍ୱ କରି ପ୍ରଥମ ଭାରତୀୟ ଭାବେ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଐଶ୍ୱର୍ଯ୍ୟାଙ୍କ ନିକ୍‌ ନେମ୍‌ ଗୁଲ୍ଲୁ। ଘରେ ସମସ୍ତେ ତାଙ୍କୁ ଏହି ନାମରେ ଡାକିଥାନ୍ତି ।

୨୦୦୭ ମସିହାରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ଉତ୍ତର ଭାରତ ଷ୍ଟାଇଲ ସମେତ ବଙ୍ଗାଳୀ ରୀତିନୀତିରେ ବି ବିବାହ କରିଥିଲେ। ବଲିଉଡର ଏହି ଯୋଡ଼ି ପାୱାର କପୁଲ ଭାବେ ବେଶ୍‌ ପପୁଲାର ।

Aishwarya Rai Bachchan