Advertisment

ଗୁଡ୍ ଫ୍ରାଇଡେ': ଶେଷ ସମୟରେ କ'ଣ କହିଥିଲେ ଯୀଶୁ

ଅନେକ ଲୋକ ଗୁଡ୍ ଫ୍ରାଇଡେ'କୁ ଉତ୍ସବ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ଏହା ହେଉଛି ଏକ ଶୋକ ଦିବସ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆଜି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ ଗୁଡ୍ ଫ୍ରାଇଡେ'। ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହି ଦିନକୁ ଅନେକ ଲୋକ ଏକ ଉତ୍ସବ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ତାହା ନୁହେଁ। ଗୁଡ୍ ଫ୍ରାଇଡେ' ହେଉଛି ଏକ ଶୋକ ଦିବସ। 

Advertisment

ଏହି ଦିନ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇ ଶୋକ ପାଳନ କରାଯାଇଥାଏ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଗୁଡ ଫ୍ରାଇଡେ'କୁ ପବିତ୍ର ଫ୍ରାଇଡେ', ଗ୍ରେଟ ଫ୍ରାଇଡେ', ବ୍ଲାକ ଫ୍ରାଇଡେ' ଏବଂ ଇଷ୍ଟର ଫ୍ରାଇଡେ' ମଧ୍ୟ କୁହାଯାଏ। 

କୁହାଯାଏ ଯେତେବେଳେ ଯିହୁଦି ଶାସକମାନେ ଇସା ମସିହା ବା ଯୀଶୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ, ସେହି ଦିନ ଶୁକ୍ରବାର ଥିଲା। ଇସା ମସିହା ମାନବ ଜାତିର ମଙ୍ଗଳ ପାଇଁ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେ ଗୁଡ୍ ଫ୍ରାଇଡେ ଭାବେ ପାଳନ କରିଥାନ୍ତି। ଏହି ଦିନକୁ ଇସାଇ ଧର୍ମର ଲୋକେ ବଳିଦାନର ଦିବସ ଭାବେ ବିବେଚନା କରନ୍ତି।  

Advertisment

ଗୁଡ୍‌ ଫ୍ରାଇଡେର ଇତିହାସ:
ପାଖାପାଖି ୨୦୦୪ ବର୍ଷ ପୂର୍ବେ ଇସା ମସିହା ଜେରୁଜେଲମରେ ରହି ମାନବ ଜାତିର କଲ୍ୟାଣ ପାଇଁ ଭାଇଚାର, ଏକତା ଓ ଶାନ୍ତିର ବାର୍ତ୍ତା ଦେଉଥିଲେ। ସେଠାରେ ଲୋକମାନେ ତାଙ୍କୁ ପରମପିତା ପରମେଶ୍ୱର ବୋଲି ମାନୁଥିଲେ। ଏହି କାରଣରୁ ଇସା ମସିହାଙ୍କ ବିରୋଧରେ ସେତେବେଳେ କିଛି ଭଣ୍ଡ ବାବା ତଥା ଧର୍ମଗୁରୁମାନେ ଯିହୁଦିଙ୍କ କାନରେ କୁମନ୍ତ୍ରଣା କରିବା ଆରମ୍ଭ କଲେ।

ଅଚାନକ ଦିନେ ତାଙ୍କ ବିରୋଧରେ ରାଜଦ୍ରୋହର ଅଭିଯୋଗ ଆଣି ତାଙ୍କୁ ଶୁଳିରେ ଚଢ଼ାଇବା ପାଇଁ ନିର୍ଦ୍ଧେଶ ଦିଆଗଲା। ଏହାପୂର୍ବରୁ ତାଙ୍କୁ କଣ୍ଟାର ମୁକୁଟ ପିନ୍ଧାଯାଇଥିଲା। ଇସା ମସିହାଙ୍କୁ ଶୁଳିକୁ କାନ୍ଧରେ ବୋହି ନେବା ପାଇଁ ବାଧ୍ୟ କରାଯାଇଥିଲା। ଶେଷରେ ତାଙ୍କୁ ଅତି ନିର୍ମମ ଭାବେ ହାତରେ ଗୋଡ଼ରେ କଣ୍ଟା ଫୁଟାଇ ଶୁଳିରେ ଲଟକେଇ ଦିଆଯାଇଥିଲା।

ଏତେ ଯନ୍ତ୍ରଣା ସତ୍ତ୍ୱେ କାହାରି ଅମଙ୍ଗଳ ଚାହିଁନଥିଲେ ଯୀଶୁ। ଯନ୍ତ୍ରଣା ମଧ୍ୟରେ ସେ କେବଳ ମାନବ ଜାତିର କଲ୍ୟାଣ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲେ। ତେଣୁ ଏହାକୁ ତାଙ୍କ କ୍ଷମାର ଏକ ଅଦ୍ଭୁତ ଶକ୍ତି ବୋଲି କୁହାଯାଏ। ମୃତ୍ୟୁ ପୂର୍ବରୁ ପ୍ରଭୁ ଯୀଶୁଙ୍କ ମୁହଁରୁ କେବଳ ଗୋଟିଏ ବାହାରିଥିଲା, "ହେ ଈଶ୍ୱର ଏମାନଙ୍କୁ କ୍ଷମା କରିଦେବ, କାରଣ ଏମାନେ ଜାଣିନାହାନ୍ତି କ'ଣ କରୁଛନ୍ତି।"

ବାଇବେଲରେ ବର୍ଣ୍ଣିତ ପ୍ରଭୁ ଯୀଶୁଙ୍କ ମହାନତା
ଇସାଇ ଧର୍ମର ପବିତ୍ର ବାଇବେଲରେ ଯୀଶୁଙ୍କ ବାବଦରେ ବର୍ଣ୍ଣନା କରାଯାଇଛି। ଏହି ଧର୍ମ ପୁସ୍ତକରୁ ପ୍ରଭୁ ଯୀଶୁଙ୍କ ବାବଦରେ ଜାଣିବାକୁ ମିଳେ। ବାଇବେଲ ଅନୁସାରେ, ପ୍ରଭୁ ଯୀଶୁଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ଶୁଳିରେ ଲଟକାଯାଇଥିଲା। କୁହାଯାଏ କି, ଶେଷ ତିନି ଘଣ୍ଟା ବେଳକୁ ଚାରିଆଡ଼ ଅନ୍ଧକାରମୟ ହୋଇଯାଇଥିଲା। ଯେତେବେଳେ ଯୀଶୁଙ୍କ ପ୍ରାଣବାୟୁ ଉଡ଼ିଗଲା ସେତେବେଳେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚତୁର୍ପାଶ୍ୱ ଥରିବାକୁ ଲାଗିଥିଲା। କବର ଦିଆଯାଇଥିବା କଫିନ୍‌ଗୁଡ଼ିକର ଢ଼ାଙ୍କୁଣି ଭାଙ୍ଗି ଆପେ ଖୋଲିଯାଇଥିଲା। ଦିନ ବେଳେ ଅନ୍ଧକାର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଗୁଡ୍‌ ଫ୍ରାଇଡେରେ ସମସ୍ତ ଚର୍ଚ୍ଚ ଏବଂ ଚାପେଲ୍ସରେ ସାମୁହିକ ପ୍ରାର୍ଥନା ସଭାର ଆୟୋଜନ କରାଯାଏ। ଏହି ଦିନ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଉପବାସ କରନ୍ତି। ଭାରତରେ ଗୁଡ୍ ଫ୍ରାଇଡେ ଦିନ ସାଧାରଣତଃ ଛୁଟି ଘୋଷଣା କରାଯାଇଥାଏ। 

Jesus Christ Good Friday
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe