Advertisment

ବିଶ୍ୱ ହସ୍ତୀ ଦିବସରେ ଆସିଲା ଭଲ ଖବର: ଛୁଆ ହାତୀ ମୃତ୍ୟୁରେ ଗାଁ ଲୋକେ କଲେ ଦଶାହ କାର୍ଯ୍ୟ

ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ବନ ବିଭାଗ ଉକ୍ତ ଛୁଆ ହାତୀକୁ ଚିକିତ୍ସା କରିଥିଲେ। ୩ ମାସ ଧରି ଛୁଆ ହାତୀର ଚିକିତ୍ସା କରାଯାଇଥିଲା। ଗାଁ ଲୋକେ ମଧ୍ୟ ପାଳି କରି ହାତୀର ଯତ୍ନ ନେଉଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
World Elephant Day

Elephant

ଆଜି ଦୁନିଆ ପାଳୁଛି ବିଶ୍ଵ ହସ୍ତୀ ଦିବସ। ହାତୀଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଦିଆଯାଉଛି ପରାମର୍ଶ। ତଥାପି ସରୁନି ହାତୀ ଓ ମଣିଷ ଲଢ଼େଇ। କେତେବେଳେ ହାତୀର ଆକ୍ରମଣରେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ମଣିଷ ନେଉଛି ହାତୀର ଜୀବନ। ଏ ଲଢ଼େଇର ଅବସାନ କେବେ ଘଟିବ, ତାହା ଜଣାନଥିବା ବେଳେ ବିଶ୍ୱ ହାତୀ ଦିବସରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଭଲ ଖବର। ଗୋଟିଏ ଛୁଆ ହାତୀ ମୃତ୍ୟୁ ପରେ ଗାଁ ଲୋକେ କରିଛନ୍ତି ଦଶାହ କାର୍ଯ୍ୟ।

Advertisment

କରଞ୍ଜିଆ ବନ ଖଣ୍ଡକୁ କିଛି ଦିନ ତଳେ ୨୩ ଟିକିଆ ଝାରଖଣ୍ଡି ହାତୀପଲ ଆସିଥିଲେ। ହାତୀ ପଲ କରଞ୍ଜିଆ ଆଖ ପାଖ ଅଞ୍ଚଳରେ ଉତ୍ପାତ କରିଥିଲେ। ମାସେ ପରେ ଝାଡ଼ଖଣ୍ଡ ଫେରି ଯାଇଥିଲେ। ହେଲେ ଗୋଟିଏ ଛୁଆ ହାତୀ ଅସୁସ୍ଥତା ଯୋଗୁ ଗୋଠ ଛଡ଼ା ହୋଇଯାଇଥିଲା। ଚାଲି ପାରୁନଥିବାରୁ ମାଆ ସହିତ ଯାଇ ପାରିନଥିଲା। ଛୁଆଟି ରରୁଆଁ ବ୍ଲକ ବୈଦ୍ୟନାଥ ପଞ୍ଚାୟତ ଅନ୍ତର୍ଗତ ଜାମୁତି ଗାଁର ମୁଣ୍ଡାସାହି ନିକଟରେ ପଡ଼ିଥିଲା।

ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ବନ ବିଭାଗ ଉକ୍ତ ଛୁଆ ହାତୀକୁ ଚିକିତ୍ସା କରିଥିଲେ। ୩ ମାସ ଧରି ଛୁଆ ହାତୀର ଚିକିତ୍ସା କରାଯାଇଥିଲା। ଗାଁ ଲୋକେ ମଧ୍ୟ ପାଳି କରି ହାତୀର ଯତ୍ନ ନେଉଥିଲେ। ହେଲେ ବନ ବିଭାଗର ସବୁ ଉଦ୍ୟମ ବିଫଳ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ ଘଟିଥିଲା। ଗତ ୨ ତାରିଖ ସକାଳେ ଆଖି ବୁଜିଥିଲା ଛୁଆ ହାତୀ। ହାତୀ ମୃତ୍ୟୁରେ ଜାମୁଡି ଗାଁରେ ଶୋକର ଛାୟା ଖେଳି ଯାଇଥିଲା।

Advertisment
Baripadaଏକାଦଶାହରେ ଚାଲିଛି ଭୋଜିଭାତ

ହାତୀଙ୍କ ଦଶାହ କାର୍ଯ୍ୟ କରିବା ପାଇଁ ଗାଁ ଲୋକେ ନିଷ୍ପତ୍ତି ନେଇଥିଲେ। ମଣିଷଙ୍କ ମୃତ୍ୟୁରେ ଯେମିତି ଦଶାହ କାର୍ଯ୍ୟ ହୁଏ, ଠିକ୍‌ ସେମିତି ମୃତ ଛୁଆ ହାତୀ ପାଇଁ ଶୁକ୍ରବାର ଜାମୁଡ଼ି ଗାଁରେ ହୋଇଛି କର୍ମକାଣ୍ଡ। ଗାଁର ପ୍ରାୟ ୨୨ ଜଣ ଲୋକ ମୁଣ୍ଡନ ହୋଇ ତିଳତର୍ପଣ କରିଥିଲେ। ଗାଁ ପୋଖରୀରେ ଗାଧୋଇ ନୂଆ ଲୋକା ପରିଧାନ କରିଥିଲେ। ଶନିବାର ଏକାଦଶାହ କାର୍ଯ୍ୟ ହୋଇଛି। ଭୋଜିଭାତ ଆୟୋଜ କରାଯାଇଥିଲା। ଗାଁ ଲୋକେ ଶୋକସଭା କରିବା ସହିତ ହାତୀ ପାଇଁ ନିରବ ପ୍ରାର୍ଥନା କରିଛନ୍ତି। ଏଥିରେ ବନ ବିଭାଗର କେତେକ କର୍ମଚାରୀ ସାମିଲ୍‌ ହୋଇଛନ୍ତି। ଚଳିତବର୍ଷଠାରୁ ହାତୀର ସମାଧି ସ୍ଥଳରେ ଲକ୍ଷ୍ମୀ ପୂଜା ଆୟୋଜନ କରାଯିବ। ଏନେଇ ଗାଁ ଲୋକେ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ

Elephant Death Elephant Dead