Advertisment

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଥିଲେ।

ଅଦ୍ୟତନ ହୋଇଛି
Republic day

Republic day

Advertisment

ସାରା ଦେଶ ଆଜି ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାମିଲ ହୋଇଥିଲେ।

Advertisment

ଏଥର ପରେଡର ନେତୃତ୍ୱ ନେଇଥିଲେ IPS ଅଫିସର ଏ.ବି. ଶିଳ୍ପା। ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ITBP, CRPF ,BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୁଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ସାମିଲ ହୋଇଥିଲେ। ଏହାସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ପରେଡ଼ରେ ସାମିଲ ହୋଇଥିଲେ।

ଏହାସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ପୁଲିସ ପରେଡରେ ଯୋଗ ଦେଇଥିଲେ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଥିଲା ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ। ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ରାଙ୍କର ୧୬୦ ଅଫିସର, ୩୦୦ କନେଷ୍ଟବଳ, ୯୦ସେକ୍ସନ ଫୋର୍ସ ଏବଂ ୧୫୦ ହୋମ ଗାର୍ଡ ମୁତୟନ ହୋଇଥିଲେ। ସେହିଭଳି QRT, ATS , ବମ୍ ଡିସ୍ପୋଜାଲ ସହ କାନାଇନ ସ୍କ୍ୱାର୍ଡ ମଧ୍ୟ ମୁତୟନ ହୋଇଥିଲେ।

Advertisment
Republic Day 2024 Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe