Advertisment

‘ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ’

ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ ଦୁଇ ଚାରି ଦିନରେ ଆସିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ।

ଅଦ୍ୟତନ ହୋଇଛି
Minister

Minister

Advertisment

ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ। ଖୁବ୍‌ ଶୀଘ୍ର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡ଼ୁଆ ଦିଆଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରା ହରିଚନ୍ଦନ।

Advertisment

ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦେବା ପାଇଁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ବୋଝ ଯେପରି ସରକାରଙ୍କ ଉପରେ ନପଡ଼ିବ, ସେଥିପାଇଁ କିଛି ବଦାନ୍ୟ ଭକ୍ତଙ୍କୁ ଅନୁରୋଧ କରୁଛୁ। ଏଥିପାଇଁ ଆଲୋଚନା ମଧ୍ୟ କରିଛୁ। କାର୍ତ୍ତିକ ମାସ ପରେ ସେହି ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରିବୁ। ଏହାଛଡ଼ା ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଉଥିବା ବିଧି ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ କରାଯିବ। ଯଦି ସେହି ବ୍ୟବସ୍ଥା ସଫଳ ହୁଏ, ତାହାହେଲେ ପରବର୍ତ୍ତୀ ସମୟରେ ନିୟମିତ ଭାବେ କାର୍ଯ୍ୟକାରୀ କରାଯିବ। ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଯେପରି ସବୁ କାର୍ଯ୍ୟ ସଫଳ ହେଉଛି, ଏ ସବୁ କାମ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ ଦୁଇ ଚାରି ଦିନରେ ଆସିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ଯଦି ଚଟାଣ ତଳେ କିମ୍ବା କାନ୍ଥ ଭିତରେ କିଛି ମୂଲ୍ୟବାନ ରତ୍ନ କିମ୍ବା ସୁନା, ମଣି ମାଣିକ୍ୟ ଥିବାର ସ୍ପଷ୍ଟତା ଆବେ ବା ସୁଡ଼ଙ୍ଗ ବିଷୟରେ ଜଣାପଡେ, ତେବେ ଏ ପ୍ରସଙ୍ଗରେ କ’ଣ କରାଯିବ ସେ ନେଇ ସରକାର ନିଷ୍ପତ୍ତି ନେବେ। ରିପୋର୍ଟ ଆସିବା ପରେ ଏଏସଆଇ ଟିମ୍‌ ପ୍ରସ୍ତୁତ ଅଛନ୍ତି। ସେମାନେ ମରାମତି କାର୍ଯ୍ୟ ଆରମ୍ଭ କରିବେ। ଏହାପରେ ରତ୍ନଗୁଡିକ ରତ୍ନ ଭଣ୍ଡାର ଭିତରକୁ ଯିବ ଏବଂ ଗଣତି ମଣତି ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ହବିଷ୍ୟାଳିଙ୍କ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସରେ ପୁରୀକୁ ଆସୁଥିବା ହବିଷ୍ୟାଳି ମାଆମାନଙ୍କର କୌଣସି ଅସୁବିଧା ହେବ ନାହିଁ। ମାର୍ଗଶିର ମାସରୁ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ କହିଛନ୍ତି।

Puri Shreemandir Puri Sri Jagannath Mahaprasad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe