Advertisment

ଆଜି GST ଦିବସ

ଆଜକୁ ଠିକ୍ 7 ବର୍ଷ ତଳେ ଏହି ଟିକସ୍ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିଲା।

Money

Money

Advertisment

ଦ୍ରବ୍ୟ ଏବଂ ସେବା କର (GST) ହେଉଛି ଭାରତରେ ଏକ ପରୋକ୍ଷ ଟିକସ ବ୍ୟବସ୍ଥା, ଯାହା ସାମଗ୍ରୀ ଏବଂ ସେବା ଯୋଗାଣ କ୍ଷେତ୍ରରେ ଲାଗୁ ହୋଇଥାଏ। ଆଜକୁ ଠିକ୍ 7 ବର୍ଷ ତଳେ ଏହି ଟିକସ୍ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିଲା। ଏହି ଦିବସକୁ ମନେ ରଖିବା ଉଦ୍ଦେଶ୍ୟରେ ଜୁଲାଇ 1କୁ GST ଦିବସ ରୂପେ ପାଳନ କରାଯାଏ।

Advertisment

GST ଦିବସ ଇତିହାସ 
1 ଜୁଲାଇ 2017ରେ ଭାରତରେ ପ୍ରଥମେ ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା GST ଲାଗୁ କରାଯାଇଥିଲା। ଅଗଷ୍ଟ 2016ରେ ସଂସଦରେ ସମ୍ବିଧାନର 101ତମ ସଂଶୋଧନ ଆଇନ ପ୍ରଣୟନ କରି କେନ୍ଦ୍ର ସରକାର ସାମଗ୍ରୀ ଓ ସେବା କର GST ଲାଗୁ କରିଥିଲେ। କିନ୍ତୁ ଏହାର ଗୋଟିଏ ବର୍ଷ ପରେ 2017ରେ ଏହା କାର୍ଯ୍ୟକାରୀ ହୋଇଥିଲା। 

ସରକାର କାର୍ଯ୍ୟାନ୍ୱୟନ ଉପରେ ନଜର ରଖିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଏକ ଜିଏସଟି ପରିଷଦ ଗଠନ କରିଥିଲେ। ଏ ଉପରେ ପରିଷଦ ଏକାଧିକ ବୈଠକ କରିବା ପରେ ଶେଷରେ ଜୁଲାଇ 1, 2017ରେ କାର୍ଯ୍ୟକାରୀ ହୋଇଥିଲା GST।

Advertisment

GST ଆଇନ ପ୍ରବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ 

  • GST ସିଷ୍ଟମ ଲାଗୁ କରିଥିବା ପ୍ରଥମ ଦେଶ ହେଉଛି ଫ୍ରାନ୍ସ।
  • ଭାରତରେ କାର୍ଯ୍ୟକାରୀ ହେଉଥିବା GST ସିଷ୍ଟମ କାନାଡାରୁ ଉଦ୍ଧୃତ ହୋଇଛି।
  • ଅଟଳ ବିହାରୀ ବାଜପେୟୀଙ୍କୁ GSTର ଜନକ ବୋଲି କୁହାଯାଏ। 
  • 1999 ମସିହାରେରେ GST ଲାଗୁ ଉପରେ ପ୍ରସ୍ତାବ ଦିଆ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଲାଗୁ କରାଯାଇଛି।

GST ଆଇନ ଅନୁଯାୟୀ, ଆନ୍ତଃରାଜ୍ୟ ଯୋଗାଣ ଉପରେ CGST (କେନ୍ଦ୍ରୀୟ ଟିକସ) ଏବଂ SGST/UTGST (ରାଜ୍ୟ ଟିକସ / କେନ୍ଦ୍ରଶାସିତ ଅଞ୍ଚଳ ଟିକସ) ଆଦାୟ କରାଯାଏ। ଏହାବ୍ୟତୀତ ଆନ୍ତଃରାଜ୍ୟ ଯୋଗାଣ ଉପରେ IGST (ଇଣ୍ଟିଗ୍ରେଟେଡ୍ GST)  ଆଦାୟ କରାଯାଏ।

ଭାରତୀୟ GST ବ୍ୟବସ୍ଥାରେ ଟିକସ ହାର 5%, 12%, 18% ଏବଂ 28% ରହିଛି। ତଥାପି କେତେକ ସାମଗ୍ରୀ ଉପରେ ଜିରୋ-ରେଟେଡ୍ GST ଲାଗୁ କରାଯାଇଛି। ସୁନା ଏବଂ ହୀରା ଭଳି ଉଚ୍ଚ ମୂଲ୍ୟର ଦ୍ରବ୍ୟ ଉପରେ GST ଆଦାୟ କରାଯାଏ। 

Goods & Service Tax GST Day 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe