Advertisment

ଆଜି ମହାପ୍ରଭୁଙ୍କ ଗୁଆଲୀ ଯାତ୍ରା

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ।

Puri Temple

Puri Temple

Advertisment

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଗୁଆଲୀ ଯାତ୍ରା। ଆଜି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡମ୍ବରରେ ସମ୍ପର୍ଣ୍ଣ ହେବ। ପାଲିଙ୍କିରେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ।

Advertisment

ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆ ଲୁଗା ଲାଗି କରାଯାଇଥାଏ।

ଶ୍ରୀ ମଦନମୋହନ ଓ ଶ୍ରୀ ଦେବୀଙ୍କୁ ରତ୍ନସିଂହାସନକୁ ବିଜେ ପରେ ବନ୍ଦାପନା କରାଯାଏ। ପରେ ଶ୍ରୀମନ୍ଦିରରେ ଆଲଟ, ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିଲେ ବର କନ୍ୟା ଦକ୍ଷିଣୀ ଘରୁ ସିଂହାସନ ବିଜେ କରିଥାନ୍ତି।

Advertisment

ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ୪ଘଣ୍ଟା ବିଳମ୍ବରେ ମଙ୍ଗଳ ଆଳତି ହୋଇଛି। ସକାଳ ୬ଟାରେ ହେବାକୁ ଥିବା ମଙ୍ଗଳ ଆଳତି ୧୦ଟାରେ ଆଜି ହୋଇଛି।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe