Advertisment

୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ

ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା। କେବଳ ପ୍ରସ୍ଥାନ କରିବେ। ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Lion Gate

Lion Gate

Advertisment

ପାଖେଇ ଆସୁଛି ନୂଆବର୍ଷ। ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍‌ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସଦ୍ୟତମ ସୂଚନା ମୁତାବକ, ୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିହେବ।

Advertisment

ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା। କେବଳ ପ୍ରସ୍ଥାନ କରିବେ। ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଦୁଇ କମାଣ୍ଡାଣ୍ଟ ରାଙ୍କର ଅଧିକାରୀଙ୍କ ସମେତ ୧୦ ଅତିରିକ୍ତ ଏସ୍‌ପି, ୩୩ ଡିଏସ୍‌ପିଙ୍କ ସମେତ ୬୨ ଇନ୍ସପେକ୍ଟର, ୨୪୫ ସବ୍‌ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ମୁତୟନ ରହିବେ। ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୁଲିସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍‌ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ପୁଲିସ ତରଫରୁ ନାକାବନ୍ଦି କରାଯାଉଛି। ଏହାସହ ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟ ପୋଷ୍ଟ ରହିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଚରଣ ସିଂହ ମିନା।

Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe