Advertisment

ହୋଲି ପାଇଁ ଅମାନିଆଙ୍କୁ ସତର୍କ କରାଇଲେ ଭୁବନେଶ୍ୱର ଡିସିପି

ହୋଲିରେ ଯୁବତୀମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ ଗଠନ ହୋଇଛି। ଯଦି କୌଣସି କମେଣ୍ଟ ମାରା ଘଟଣା ଆସୁଛି, ତେବେ ତୁରନ୍ତ ପୁଲିସକୁ ଜଣାଇବାକୁ ଡିସିପି କହିଛନ୍ତି।

author-image
Manoranjan Sial
Holi

Holi

ହୋଲିରେ ସାବାଡ ହେବେ ଅମାନିଆ। ହୋଟେଲରେ ହୋଲି ପାର୍ଟି ଉପରେ ରହିବ କମିଶନରେଟ୍‌ ପୁଲିସର ନଜର। ରାଜଧାନୀ ଭୁବନେଶ୍ୱରରେ ହୋଲି ସୁରକ୍ଷାକୁ ନେଇ କଡାକଡି କଲା କମିଶନରେଟ୍ ପୁଲିସ। ଅମନିଆଙ୍କୁ ସବାଡ କରାଯିବ। ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ ଆକ୍ସନ। ରାସ୍ତାରେ ପାଟ୍ରୋଲିଂ ବଢ଼ାଯିବ। କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ। ଆଜି ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

Advertisment

ଡିସିପି କହିଛନ୍ତି, ଡିଏସ୍‌ପି ରାଙ୍କର ଅଧିକାରୀ ନେତୃତ୍ୱରେ ଟିମ୍‌ ଗଠନ ହୋଇଛି। ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହେବେ। ଲିଙ୍ଗରାଜ, ବିନ୍ଦୁସାଗର, ଦୟା ନଦୀରେ ଓଡ୍ରଫ୍‌ ଟିମ୍ ମୁତଉନ ହେବେ। ରଙ୍ଗ ଫେଳି ପରେ ଗାଧୋଇବାକୁ ଯାଉଥିବା ଲୋକଙ୍କ ପାଇଁ ଲାଗିବ ସର୍ତକ ସୂଚନା ଫଳକ ଲାଗିବ। ବିଭିନ୍ନ ସ୍ଥାନରେ ହେଉଥିବା ଇଭେଣ୍ଟ ଗୁଡ଼ିକରେ ନଜର ରଖିବ ପୁଲିସ। ହୋଲିରେ ଯୁବତୀମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ ଗଠନ ହୋଇଛି। ଯଦି କୌଣସି କମେଣ୍ଟ ମାରା ଘଟଣା ଆସୁଛି, ତେବେ ତୁରନ୍ତ ପୁଲିସକୁ ଜଣାଇବାକୁ ଡିସିପି କହିଛନ୍ତି। ବିଭିନ୍ନ ହୋଟେଲରେ ହୋଲି ପାର୍ଟି କରିବାକୁ ହେଲେ ଅନୁମତି ନିତ୍ୟାନ୍ତ ଆବଶ୍ୟକ। ସେଥିପାଇଁ ପୁଲିସଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ହୋଲି ପୂର୍ବରୁ ଗଞ୍ଜେଇ, ବ୍ରାଉନସୁଗର ବିକ୍ରି ସ୍ଥାନ ଗୁଡିକରେ ରେଡ୍ ଜୋରଦାର ହେଉଛି ବୋଲି ଡିସିପି କହିଛନ୍ତି।

Bhubaneswar Bhubaneswar News Holi