Advertisment

କେଉଁ ଦିନ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ ? ୧୭ ନା ୧୮

ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନଠୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ। ଏଥିସହ କ୍ୟାଲେଣ୍ଡରରେ ଯେଉଁଦିନ କୁମାର ପୂର୍ଣ୍ଣିମା ତାରିଖ ଉଲ୍ଲେଖ କରାଯାଇଛି ସେ ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ତାରିଖ ଭିନ୍ନ ରହୁଥିବାରୁ ତାକୁ ନେଇ ଦ୍ବନ୍ଦ୍ବ ରହୁଛି।

author-image
Manoj Swain
Kartika Brata, Habisyalis

Kartika Brata, Habisyalis

କେଉଁଦିନଠୁ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ। ୧୭ ନା ୧୮ ତାରିଖ। ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଭିନ୍ନ ଭିନ୍ନ ତାରଖକୁ ନେଇ ଦ୍ବନ୍ଦ୍ବ। କାରଣ କ୍ୟାଲେଣ୍ଡର ଓ ପଞ୍ଜିକାରେ ଏଥର ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଗୋଟିଏ ଦିନ ଅର୍ଥାତ୍ ୧୬ ତାରିଖରେ ପଡୁଥିବା ଉଲ୍ଲେଖ ରହିଛି। ଏଥିସହ ଏହା ପରଦିନ ପୂର୍ଣ୍ଣିମା ଏବଂ ତା ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭର ଉଲ୍ଲେଖ ରହୁଛି।

Advertisment

ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନଠୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ। ଏଥିସହ କ୍ୟାଲେଣ୍ଡରରେ ଯେଉଁଦିନ କୁମାର ପୂର୍ଣ୍ଣିମା ତାରିଖ ଉଲ୍ଲେଖ କରାଯାଇଛି ସେ ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ତାରିଖ ଭିନ୍ନ ରହୁଥିବାରୁ ତାକୁ ନେଇ ଦ୍ବନ୍ଦ୍ବ ରହୁଛି। ହବିଷ୍ୟାଳି କେଉଁ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବା କାର୍ତ୍ତିକ ଗୁଆ ଟିକେ ବ୍ରାହ୍ମଣଙ୍କୁ ଛଞ୍ଚା ଦେବେ ସମସ୍ୟାରେ ପଡ଼ିଛନ୍ତି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ୍ ପଣ୍ଡିତ ପଦ୍ମନାଭ ତ୍ରିପାଠୀଙ୍କ କହିବା କଥା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ୧୭ରେ କୁମାର ପୂର୍ଣ୍ଣିମା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। 

Advertisment
Odisha Kartika Purnima