Advertisment

ପରିବାରବାଦ ଓ ତୁଷ୍ଟିକରଣ ଆମ ଦେଶକୁ ନଷ୍ଟ କରି ଦେଇଥିଲା: ପ୍ରଧାନମନ୍ତ୍ରୀ

77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ବଂଶବାଦ ରାଜନୀତି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ। କେବଳ ଗୋଟିଏ ପରିବାର କିପରି ଏକ ରାଜନୈତିକ ଦଳର ଦାୟିତ୍ୱରେ ରହିପାରିବ କଲେ ପ୍ରଶ୍ନ।

ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

Advertisment

77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ବଂଶବାଦ ରାଜନୀତି ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ଓ ତୁଷ୍ଟିକରଣ ରାଜନୀତି ଦେଶକୁ ନଷ୍ଟ କରିଦେଇଥିଲା କହି କଂଗ୍ରେସ ତଥା ବିରୋଧୀଙ୍କୁ ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ। କେବଳ ଗୋଟିଏ ପରିବାର କିପରି ଏକ ରାଜନୈତିକ ଦଳର ଦାୟିତ୍ୱରେ ରହିପାରିବ ବୋଲି ସେ ପ୍ରଶ୍ନ କରିଥିଲେ। 

Advertisment

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନଙ୍କ ପାଇଁ ଜୀବନ ମନ୍ତ୍ର ହେଉଛି - ପରିବାରର ପାର୍ଟି, ପରିବାର ଦ୍ୱାରା ଏବଂ ପରିବାର ପାଇଁ। ବିକାଶ ପାଇଁ ଦେଶକୁ ପରିବାରବାଦରୁ ମୁଟି କରିବା ଆବଶ୍ୟକ। ତୁଷ୍ଟିକରଣ ରାଜନୀତି ସାମାଜିକ ନ୍ୟାୟକୁ ମୃତ୍ୟୁ ଦ୍ୱାରକୁ ଠେଲି ଦେଇଛି। ଦେଶ ବିକାଶ ଚାହୁଁଛି। 2047 ର ସ୍ୱପ୍ନକୁ ସାକାର କରିବାକୁ ଦେଶ ଚାହୁଁଛି। ଆମେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ସହ୍ୟ କରିପାରିବୁ ନାହିଁ। ବର୍ତ୍ତମାନର ସମୟରେ ଆମେ ଯେଉଁ ପଦକ୍ଷେପ ଗ୍ରହଣ କରିବା ତାହା ଆଗାମୀ ଏକ ହଜାର ବର୍ଷ ପାଇଁ ସ୍ୱର୍ଣ୍ଣିମ ଇତିହାସ ଲେଖିବ। ଦେଶ ପାଇଁ ଏକ ମଜବୁତ ସରକାର ଗଠନ କରିବାକୁ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ। 

ଏକ ଶକ୍ତିଶାଳୀ ସରକାର ଗଠନ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, 2014 ମସିହାରେ, ମୋ ଦେଶବାସୀ ନିଷ୍ପତ୍ତି ନେଇଥିଲେ ଯେ ଯଦି ଦେଶକୁ ଆଗକୁ ବଢିବାକୁ ପଡ଼ିବ, ତେବେ ଏକ ସ୍ଥାୟୀ ସରକାର, ଏକ ଶକ୍ତିଶାଳୀ ସରକାର ଓ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଥିବା ସରକାର ଆବଶ୍ୟକ। ଆଉ ଶେଷରେ ଦେଶବାସୀ ଏକ ଶକ୍ତିଶାଳୀ ଏବଂ ସ୍ଥିର ସରକାର ମଧ୍ୟ ଗଠନ କଲେ। ଫଳରେ ତିନି ଦଶନ୍ଧି ଧରି ଯେଉଁ ରାଜନୈତିକ ବାଧ୍ୟବାଧକତା ଥିଲା, ସେଥିରୁ ଦେଶକୁ ମୁକ୍ତ କଲେ। ଆଜି ଦେଶରେ ଏପରି ସରକାର ଅଛି, ଯାହା ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛି। ଯେତେବେଳେ ଆପଣ 2014 ଏବଂ 2019 ରେ ଏକ ଶକ୍ତିଶାଳୀ ସରକାର ଗଠନ କଲେ, ସେତେବେଳେ ମୋଦୀ ମଧ୍ୟରେ ସୁଧାର ଆଣିବାର ଶକ୍ତି ଆସିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଭାରତ ଜି-20 ଆୟୋଜନ କରିବାର ସୁଯୋଗ ପାଇଛି। ଗତ ଏକ ବର୍ଷ ଧରି, ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ G20 ର ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଏହା ଦେଶର ସାଧାରଣ ମଣିଷର ଶକ୍ତି ସହିତ ବିଶ୍ୱକୁ ପରିଚିତ କରାଇଛି। ବିଶ୍ୱ ଆଶ୍ଚର୍ଯ୍ୟଜନକ ଭାବରେ ଭାରତର ବିବିଧତା ଉପରେ ନଜର ରଖିଛି, ଯେଉଁଥିପାଇଁ ଭାରତର ଆକର୍ଷଣ ବଢିଛି। ଭାରତର ଚେତନା, ଭାରତର ସାମର୍ଥ୍ୟ ପ୍ରତି ସାରା ବିଶ୍ୱରେ ଏକ ନୂତନ ଆକର୍ଷଣ ଓ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି। 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଯେତେବେଳେ ଆମ ଦେଶ ଉପରେ ଆକ୍ରମଣ ହୋଇଥିଲା ଆମର ମନେ ଅଛି, କିନ୍ତୁ ସେତେବେଳେ ଜଣାନଥିଲା ଯେ ଗୋଟିଏ ଘଟଣା ଭାରତକୁ ହଜାରେ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ପରିଣତ କରିଦେବ। ଦାସତ୍ୱର ମାନସିକତାରୁ ବାହାରିଥିବା ଦେଶ ଏକ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢିଛି। ମାତା ଭାରତୀ ପୁଣି ଥରେ ଜାଗ୍ରତ ହୋଇଛନ୍ତି। 

Narendra Modi PM Modi August 15 Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe