Advertisment

ହିନ୍ଦୁ ମୁସଲିମ ସଦଭାବନା ପୀଠ ହେଉଛି ଜାହାନିଆଁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତ୍ୟୁଷରେ ଜାହାନିଆଁ ପିରଙ୍କ ପୀଠରେ ମୌଲବୀ(ମୁସଲିମ୍‌ ପୂଜକମାନେ) ସ୍ଵତନ୍ତ୍ର ନୀତି କରିଥିଲେ। ତା’ପରେ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ପିରବାବାଙ୍କ ଆଶୀର୍ବାଦ ନେଇଥିଲେ।

Peer Baba

Peer Baba

Advertisment

ପବିତ୍ର କାର୍ତ୍ତିକ ପୂର୍ଣ୍ଣାମାରେ ପିର ବାବାଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଉଭୟ ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ। ମୁସଲିମ୍‌ ଶ୍ରଦ୍ଧାଳୁମାନେ ଚାଦର ଓ ଧୂପ ଲାଗି କରି ନମାଜ ପାଠ କରିଥିବା ବେଳେ ହିନ୍ଦୁମାନେ ପୀର ବାବାଙ୍କ ନିକଟରେ ଖଇ, ନଡିଆ ଭୋଗ, ଦୀପ ଓ ପତାକା ଲାଗି କରିଥିଲେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆଁ ସ୍ଥିତ ପିରବାବାଙ୍କ ପୀଠରେ ଦେଖିବାକୁ ମିଳିଛି ଏପରି ଅପୂର୍ବ ପୂଜା।

Advertisment

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତ୍ୟୁଷରେ ଜାହାନିଆଁ ପିରଙ୍କ ପୀଠରେ ମୌଲବୀ(ମୁସଲିମ୍‌ ପୂଜକମାନେ) ସ୍ଵତନ୍ତ୍ର ନୀତି କରିଥିଲେ। ତା’ପରେ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ପିରବାବାଙ୍କ ଆଶୀର୍ବାଦ ନେଇଥିଲେ। ହଜାର ହଜାର ସଂଖ୍ୟାର ମୁସଲମାନ ଶ୍ରଦ୍ଧାଳୁମାନେ ପିରଙ୍କ ନିକଟରେ ଚାଦର ଓ ଧୂପ ଲାଗି କରି ନମାଜ ପାଠ କରିଥିବା ବେଳେ ହିନ୍ଦୁମାନେ ପିର ବାବାଙ୍କ ନିକଟରେ ଖଇ, ନଡ଼ିଆ ଭୋଗ, ଦୀପ ଓ ପତାକା ଲାଗି କରିଥିଲେ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି।

ବିଶ୍ଵାସ ରହିଛି, ଆଜିର ପବିତ୍ର ଦିନରେ ପିରଙ୍କୁ ପୂଜାର୍ଚ୍ଚନା କାଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଉଭୟ ସଂପ୍ରଦାୟର ଲୋକେ ଶ୍ରଦ୍ଧାର ସହ ଏହି ଦିନରେ ପୀଠକୁ ଆସିଥାନ୍ତି।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri Kartika Purnima
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe