Advertisment

ହିରୋସିମା ଦିବସ: କାହିଁକି ଜାପାନ ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା?

ଆମେରିକା 1945ରେ ଆଜିର ଦିନରେ ହିରୋସିମା ସହର ଉପରେ କରିଥିଲା ପରମାଣୁ ବୋମା ଆକ୍ରମଣ।

ଅଦ୍ୟତନ ହୋଇଛି
Explosion

Explosion

Advertisment

ପରମାଣୁ ବୋମା ଆକ୍ରମଣ କଥା ଆସିଲେ ମନକୁ ଜାପାନର ହିରୋସିମା ଆପଣାଛାଏଁ ଆସିଯାଏ। କାରଣ ଏହା ଥିଲା ବିଶ୍ୱର ଭୟଙ୍କର ଆକ୍ରମଣ। ଆଉ ଏହି ଭୟଙ୍କର ଆକ୍ରମଣ ଆଜିର ଦିନରେ ହିଁ ଘଟିଥିଲା। 

Advertisment

ଆମେରିକା 1945ରେ ଆଜିର ଦିନରେ ହିରୋସିମା ସହର ଉପରେ ପକାଇଥିଲା ପରମାଣୁ ବୋମା, ଯେଉଁଥିରେ ଆଖି ବୁଜିଥିଲେ ଲକ୍ଷାଧିକ ଲୋକ। ବିଶ୍ୱରେ ଶାନ୍ତି ସ୍ଥାପନା ସହ ମାନବ ସମାଜ ପାଇଁ ପରମାଣୁ ଅସ୍ତ୍ର କେତେ ଭୟଙ୍କର ସେ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

ହିରୋସିମା ଆକ୍ରମଣର ଇତିହାସ
1945 ମସିହା ଅଗଷ୍ଟ 6 ସକାଳ 8ଟା 15ରେ ଜାପାନର ଦୁଇଟି ସହର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା। ହିରୋସିମାରେ "ଲିଟିଲ୍ ବଏ" ଏବଂ ନାଗାସାକି ଉପରେ "ଫ୍ୟାଟ୍ ମ୍ୟାନ୍" ନାମକ ପରମାଣୁ ବୋମା ପଡ଼ିଥିଲା। ଏଥିରେ ହିରୋସିମାର 1 ଲକ୍ଷ 40 ହଜାର ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ନାଗାସାକିର 74 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। 

Advertisment

ଏହା ବ୍ୟତୀତ, କିଏ ହାତ ହରାଇଥିଲା ତ ଆଉ କିଏ ଗୋଡ଼ ହରାଇ ଚିର ଦିନ ପାଇଁ ଅକର୍ମଣ୍ୟ ହୋଇ ଯାଇଥିଲା। ସେହିପରି ସହରର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ଲକ୍ଷ ଲକ୍ଷ କୋଠା ବାଡ଼ି ଭାଙ୍ଗିରୁଜି ଚୁରମାରେ ହୋଇଯିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ବସିଥିଲା ସହର। 

ହିରୋସିମାର ପୁନଃ ନିର୍ମାଣର କାହାଣୀ
ହିରୋସିମା ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବା ପରେ ପୁଣି ଥରେ ଗଢିଉଠି ସମଗ୍ର ବିଶ୍ୱକୁ ପ୍ରେରଣା ଦେଇଛି। ବିସ୍ଫୋରଣର ବର୍ଷକ ମଧ୍ୟରେ ସହର ପୁଣି ଥରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେବା ସହ ଶାନ୍ତି ଏବଂ ଶିକ୍ଷା ମାଧ୍ୟମରେ ନୂତନ ପରିଚୟ ସୃଷ୍ଟି କରିଥିଲା। ବର୍ତ୍ତମାନ ହିରୋସିମା 'ଶାନ୍ତି ସହର' ଭାବରେ ପରିଚିତ। ଏଠାରେ ଶାନ୍ତି ପାର୍କ ଏବଂ ଶାନ୍ତି ମେମୋରିଆଲ୍ ସଂଗ୍ରହାଳୟ କରାଯାଇଛି, ଯାହା ଅଗଷ୍ଟ 6ର ପୁରୁଣା ସ୍ମୃତିକୁ ମନେ ପକାଏ ଏବଂ ଶାନ୍ତିର ବାର୍ତ୍ତା ଦିଏ।

ହିରୋସିମା ଦିବସର ମହତ୍ତ୍ୱ
ହିରୋସିମା ଦିବସର ମହତ୍ତ୍ୱ କେବଳ ବୋମା ଆକ୍ରମଣ ଉପରେ ସୀମିତ ନୁହେଁ, ବରଂ ଏହି ଦିନ ମାନବ ସମାଜକୁ ଶାନ୍ତି, ସହନଶୀଳତା ଏବଂ ଆଣବିକ ନିରସ୍ତ୍ରୀକରଣର ମହତ୍ତ୍ୱକୁ ମନେ ପକାଇଥାଏ। ପରମାଣୁ ଅସ୍ତ୍ରର ବିପଦ ଏବଂ ଏହାର ବିପର୍ଯ୍ୟସ୍ତ ପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏହି ଦିନ ପାଳନ କରାଯାଏ।

ପରମାଣୁ ବିସ୍ଫୋରଣର କାରଣ
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଶକ୍ତିଶାଳୀ ଆମେରିକା ବିପକ୍ଷରେ ଥିଲା। ଏହି ସମୟରେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ବହୁସଂଖ୍ୟକ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଆମେରିକା। ଫଳରେ ଜାପାନ ଉପରେ ପକାଇଥିଲା ପରମାଣୁ ବୋମା। ଏହା ଥିଲା ବିଶ୍ୱର ପ୍ରଥମ ଲୋମହର୍ଷଣକାରୀ ଆକ୍ରମଣ। "ଲିଟିଲ୍ ବଏ" ପରମାଣୁ ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ମାତ୍ର କିଛି ସେକେଣ୍ଟ ମଧ୍ୟରେ 70 ହଜାରରୁ ଅଧିକ ଲୋକଙ୍କୁ ମାଟିରେ ଶୁଆଇ ଦେଇଥିଲା।

ଏହା ପରଠାରୁ ଯେପରି ବିଶ୍ୱରେ ଶାନ୍ତି ବଜାୟ ରହିବ, ସେଥିପାଇଁ ଜନ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନକୁ ହିରୋସିମା ଦିବସ ରୂପେ ପାଳନ କରାଯାଏ।

Hiroshima Day Atom Bomb Attack Second World War America-Japan War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe