Advertisment

କାହିଁକି ହିରୋସିମା ଦିବସ ପାଳନ କରାଯାଏ ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ଏହି ଧ୍ଵଂସଲୀଳା ଆଜି ବି ଏକ କଳାଦିବସ ଭାବେ ପାଳନ କରାଯାଇଥାଏ।

author-image
Manoj Swain
ଅଦ୍ୟତନ ହୋଇଛି
Hiroshima Day

Hiroshima Day

ସାରା ବିଶ୍ୱରେ ଆମେରିକା ଏକମାତ୍ର ଦେଶ ଯିଏ ମାନବ ଇତିହାସରେ ସବୁଠାରୁ ବଡ଼ ନରସଂହାର କରିଛି। କାରଣ ଆମେରିକା ଏକମାତ୍ର ଦେଶ ଯିଏ ବାହାର ଦେଶରେ ପରମାଣୁ ବୋମା ମାଡ଼ କରିବାର କଳଙ୍କ ମୁଣ୍ଡାଇଛି। ଆମେରିକା ୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫ ମିନିଟରେ  ଜାପାନର ହିରୋସିମା ସହର ଉପରେ ମାଡ଼ କରିଥିଲା ପରମାଣୁ ବୋମା। ଏହାର ନାଁ ଥିଲା ‘ଲିଟିଲ୍‌ ବୟ୍‌’।

Advertisment

ଏହା ଏତେ ଭୟଙ୍କର ଥିଲା ଯିଏ ମାତ୍ର କିଛି ସେକେଣ୍ଡ ଭିତରେ ପ୍ରାୟ ୮୦ ହଜାର ଲୋକ ପ୍ରାଣ ହରାଥିଲେ। ସେହିପରି ଲକ୍ଷାଧିକ ଲୋକ ଆହତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଆହତଙ୍କ ମଧ୍ୟରୁ ଅନେକ ମଧ୍ୟ ସବୁଦିନ ପାଇଁ ପରପାରିକୁ ଚାଲି ଯାଇଥିଲେ। ସରକାରୀ ତଥ୍ୟ ଅନୁସାରେ, ପରମାଣୁ ବୋମା ମାଡ଼ ଯୋଗୁ ୧,୪୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ତ କେବଳ ଜୀବନ କଥା, କେତେ ଯେ ସମ୍ପତ୍ତ ନଷ୍ଟ ହୋଇଛି, ତା’ର କଳ୍ପନା କରାଯାଇ ନପାରେ। ଏହି ଭୟଙ୍କର ଦିନକୁ ମନେ ପକାଇବା ଓ ପରମାଣୁ ବୋମାର ଭୟବହତାକୁ ସମସ୍ତଙ୍କୁ ଜଣାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ୬ ତାରିଖକୁ ହିରୋସିମା ଦିବସ ଭାବେ ପାଳନ କରାଯାଏ।  

ପରମାଣୁ ବିସ୍ଫୋରଣର କାରଣ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଶକ୍ତିଶାଳୀ ଆମେରିକା ବିପକ୍ଷରେ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଫୋର୍ସ ହଠାତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିଲା।

Advertisment

ଆମେରିକା ପର୍ଲ ହାର୍ବର୍‌ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ପଣ କରିଥିଲା। ଏଥିପାଇଁ ବିଶ୍ୱର ପ୍ରଥମ ପରମାଣୁ ବୋମା ‘ଲିଟିଲ୍‌ ବୟ୍‌’କୁ ଜାପାନର ହିରୋସିମା ସହର ଉପରେ ନିକ୍ଷେପ କରିଥିଲା।

ତେବେ ଏହି ପରମାଣୁ ବୋମା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ରେଡିଏସନ୍‌ ପାଇଁ ଏହି ସହରର ହଜାର ହଜାର ଲୋକେ ନାନା ଘାତକ ରୋଗରେ ଶିକାର ହୋଇଥିଲେ। ଏବେ ବି ପରମାଣୁ ବୋମାର ବିଭୀଷିକା ଲୋକଙ୍କ ମନରୁ ଲିଭିନାହିଁ।  

ହିରୋସିମା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଶାନ୍ତି ରାଜନୀତିକୁ ପ୍ରୋତ୍ସାହିତ କରିବା ଓ ହିରୋସିମା ଉପରେ ହୋଇଥିବା ବିସ୍ଫୋରଣର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା। ତେଣୁ ପ୍ରତିବର୍ଷ ଅଗଷ୍ଟ ୬ ତାରିଖରେ ହିରୋସିମା ଦିବସ ପାଳନ କରାଯାଏ।

ଅନେକ ଦେଶରେ ଯୁଦ୍ଧ ବିରୋଧୀ ଏବଂ ପରମାଣୁ ବିରୋଧୀ ପ୍ରଦର୍ଶନ ଉପରେ ଧ୍ୟାନ ଦେଉଥିବାରୁ ଏହି ଦିନଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଦିନ ଲୋକମାନେ ହିରୋସିମା ଶାନ୍ତି ମେମୋରିଆଲ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ଯେଉଁଠି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସିମାରେ ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା।  

Hiroshima Day