Advertisment

ଆଜି ରଙ୍ଗର ପର୍ବ ହୋଲି, ରଙ୍ଗ ଖେଳରେ ମସଗୁଲ୍ ଲୋକେ

ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ।

ଅଦ୍ୟତନ ହୋଇଛି
Holi

Holi

Advertisment

ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ।

Advertisment

ପିଠା, ମିଠା, ପାନ ସାଙ୍ଗକୁ ଭଳି ଭଳିକା ଖାଇବାର ଆସର ବି ଜମିଛି। ରଙ୍ଗ ଲଗାଇ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି ସମସ୍ତେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି।

ହୋଲି ପୂର୍ବରୁ ରଙ୍ଗ ଦୋକାନରେ ରେଡ୍। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢାଉ କରାଯାଇ ରଙ୍ଗ ଯାଞ୍ଚ କରାଯାଇଛି। କେମିକାଲ ମିଶ୍ରିତ ରଙ୍ଗ ବିକୁଥିବା ଦୋକାନୀଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ପୁଲିସ୍। ଏହାସହ କେମିକାଲ ମିଶ୍ରିତ ରଙ୍ଗ ଜବତ କରାଯାଇଛି।

Advertisment

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ଏହି ଚଢାଉରେ ସାମିଲ ଥିବା ବେଳେ ଲୋକଙ୍କୁ ରାସାୟନିକ ରଙ୍ଗ ବ୍ୟବହାର ନ କରିବା ଲାଗି କହିଛନ୍ତି। ଭାଇଚାରାର ଏହି ପର୍ବକୁ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛି ପୁଲିସ।

Holi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe