Advertisment

ଆସନ୍ତା ୨୧ ତାରିଖରେ ଆଉ ଦୁଇ ଜିଲ୍ଲା ପାଇଁ ଛୁଟି ଘୋଷଣା

ପୂର୍ବରୁ ୫ ଜିଲ୍ଲା ଓ କିଛି ସ୍ଥାନ ପାଇଁ ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଦିବସ ଘୋଷଣା କରାଯାଇଥିଲା।

ଅଦ୍ୟତନ ହୋଇଛି
RDC Sambalpur

RDC Sambalpur

Advertisment

ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଇଁ ଆଉ ୨ ଜିଲ୍ଲାରେ ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ସେହି ଦୁଇ ଜିଲ୍ଲା ହେଉଛି- ସମ୍ବଲପୁର ଓ ବରଗଡ଼। ଏହା ସହିତ ସୁନ୍ଦରଗଡ଼ ଉପଖଣ୍ଡକୁ ମଧ୍ୟ ସେହିଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଆଜି ଏହି ଘୋଷଣା କରିଛନ୍ତି।

Advertisment

ଆସନ୍ତା ୨୦ ତାରିଖ (ବୁଧବାର) ପଡ଼ୁଛି ନୂଆଖାଇ। ସାଧାରଣତଃ ନୂଆଖାଇ ଦିନ ସମସ୍ତେ ନୂଆ ଖାଇଲେ ମଧ୍ୟ ଭେଟଘାଟ କାର୍ଯ୍ୟକ୍ରମଗୁଡ଼ିକ ତା’ପରଦିନ ପର୍ଯ୍ୟନ୍ତ ଲମ୍ବି ଥାଏ। ତେଣୁ ନୂଆଖାଇ ପରଦିନ ଅର୍ଥାତ୍ ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବାକୁ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଏବଂ ସୁନ୍ଦରଗଡ଼ ଉପଖଣ୍ଡର ଜନସାଧାରଣ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ସୁରେଶ ଚନ୍ଦ୍ର ଦଳେଇ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାର ଅନୁମତି ଦେବା ପରେ ଆରଡିସି ଆଜି ଏହି ତିନି ସ୍ଥାନ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଉତ୍ତରାଞ୍ଚଳ ଆରଡିସି ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାକୁ ସାମଗ୍ରିକ ଭାବେ ଏବଂ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ, ବଣାଇ ଉପଖଣ୍ଡକୁ ଆସନ୍ତା ୨୧ ତାରିଖ ପାଇଁ ସ୍ଥାନୀୟ ଛୁଟି ଦିବସ ଭାବେ ଘୋଷଣା କରିଥିଲେ।

Advertisment
Nuakhai Nuakhai Holiday Nuakhai Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe