Friendship Day: ବନ୍ଧୁତାକୁ ସୁଦୃଢ଼ କରିବାକୁ ଟିପ୍ସ

ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ ।

Friendship Day

Representational Image

Niharika Rout
  • Published: Sunday, 06 August 2023
  • Updated: 06 August 2023, 07:08 AM IST

ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନ ଥାଏ ଆବିଳତା, ନ ଥାଏ ପରସ୍ପରଠୁ କିଛି ପାଇବାର ଆଶା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଚଟାଣ ପରି ଛିଡ଼ା ହୋଇଥାଏ ।

ସମସ୍ତଙ୍କ ଜୀବନରେ ବନ୍ଧୁଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ । କାରଣ ବନ୍ଧୁ ଜୀବନର ସବୁ ସୋପାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଭୁଲ୍‌ କାମ କଲେ ଆକଟ କରିବା ସହ ଭଲ କାମ କଲେ ଉତ୍ସାହିତ ମଧ୍ୟ କରିଥାନ୍ତି।

ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ଼’ ରୂପରେ ପାଳନ କରାଯାଏ । ଏହି ଦିନ ସାଙ୍ଗମାନେ ପରସ୍ପରକୁ ଚକୋଲେଟ, ଗ୍ରିଟିଙ୍ଗସ କାର୍ଡ଼ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରିଥାନ୍ତି ।

ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଭାରତୀୟ ଯୁବବର୍ଗ ଏହାକୁ ବେଶ୍‌ ଖୁବ୍ ଧୁମଧାମରେ ସେଲିବ୍ରେଟ କରୁଛନ୍ତି। ଏହି ଦିନରେ ନିଜ ବନ୍ଧୁତ୍ୱର ପରିପ୍ରକାଶ କରିବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । 

ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ୱର ମହତ୍ତ୍ୱକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ୱତନ୍ତ୍ର। କାରଣ ପ୍ରକୃତ ବନ୍ଧୁ ହିଁ ସୁଖ, ଦୁଃଖ, ସବୁ ପ୍ରକାର ପରିସ୍ଥିତିରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି। ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ୱାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି।

 ‘ଫ୍ରେଣ୍ଡସିପ ଡେ’ର ଇତିହାସ 

୧୯୫୮ରେ ଏହି ଦିବସ ପାଳନର ପରମ୍ପରା ପ୍ରଥମେ ଆରମ୍ଭ କରାଯାଇଥିଲା। ଜାତିସଂଘ ୨୦୧୧ ମସିହାରେ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଭିନ୍ନ ଭିନ୍ନ ଦେଶ, ସଂସ୍କୃତି, ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରି ଏକତା ଓ ଶାନ୍ତି ପ୍ରତିଷ୍ଠା କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏହି ଦିନ ଶାନ୍ତି, ସୁଖ ଓ ଏକତାକୁ ପ୍ରୋତ୍ସାହିତ କରିଥାଏ। ଏହି ଅବସରରେ ସାଙ୍ଗମାନେ ପରସ୍ପରକୁ ଉପହାର ଦେଇ ନିଜ ବନ୍ଧୁ ପ୍ରତି ଥିବା ସଦ୍‌ଭାବନାକୁ ବ୍ୟକ୍ତ କରିଥାନ୍ତି। ଏହା ବାଦ୍ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ।

ଭାରତରେ ବନ୍ଧୁତା ଦିବସକୁ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ କରାଯାଏ। ସୋଶାଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳିତ ହେଉଛି ଫ୍ରେଣ୍ଡସିପ ଡ଼େ । ଛୋଟଠାରୁ ବଡ଼ ଯାଏଁ ସମସ୍ତେ ବନ୍ଧୁତା ଦିବସକୁ ପାଳନ କରୁଛନ୍ତି ।

ଆନ୍ତର୍ଜାତିକ ବନ୍ଧୁତା ଦିବସ 

ଭାରତ ସହ ଅନେକ ଦକ୍ଷିଣ ଏସୀୟ ଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୂପରେ ପାଳନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ ୮ ଏପ୍ରିଲରେ ବନ୍ଧୁତା ଦିବସ ପାଳନ ହୁଏ । ଏହା ବ୍ୟତୀତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା । 

ବନ୍ଧୁତା ଦିବସରେ ବନ୍ଧୁଙ୍କୁ କ’ଣ ଦେବେ ଉପହାର?

ଆପଣ ନିଜ ବନ୍ଧୁଙ୍କ ରୁଚି ତଥା ପସନ୍ଦକୁ ଭଲ ଭାବେ ନିହାତି ପକ୍ଷେ ଜାଣିଥିବେ। ତେଣୁ ବନ୍ଧୁଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆପଣ କିଛି ବି ଉପହାର ଦେଇପାରିବେ । ଆଉ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ଏହି ଦିନ ଯଦି କେହି ଆପଣଙ୍କୁ ଉପହାର ସ୍ୱରୂପ କିଛି ଦେଉଛନ୍ତି ତେବେ ମନା ନ କରି ଆନନ୍ଦ ସହକାରେ ଗ୍ରହଣ କରନ୍ତୁ । ଏହି ଦିନ ଆପଣ ବନ୍ଧୁଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ, ଚକୋଲେଟ୍, ଗ୍ରିଟିଙ୍ଗସ କାର୍ଡ଼, ରିଙ୍ଗ୍, ଟେଡ଼ି ଉପହାର ଆଦି ଦେଇ ପାରିବେ । ଯଦି ଆପଣଙ୍କ ବନ୍ଧୁଙ୍କୁ ଖାଇବା ପସନ୍ଦ ତେବେ ନିଜ ହାତରେ କିଛି ନୂଆ ପ୍ରକାର ବ୍ୟଞ୍ଜନ ତିଆରି କରି ବନ୍ଧୁଙ୍କୁ ଖୁଆନ୍ତୁ। ଏହା ବ୍ୟତୀତ ବଜାରରେ ମିଳୁଥିବା କାର୍ଡ଼ ଅପେକ୍ଷା ନିଜେ କାର୍ଡ଼ ତିଆରି କରି ମଧ୍ୟ ଉପହାର ଦେଇପାରିବେ ।

ବନ୍ଧୁତାକୁ ସୁଦୃଢ କରିବାକୁ ଟିପ୍ସ

* ସବୁବେଳେ ନିଜ ବନ୍ଧୁଙ୍କ ପ୍ରତି ବିଶ୍ୱସ୍ତ ରୁହନ୍ତୁ । ଏହାଦ୍ୱାରା ଆପଣଙ୍କୁ ଜୀବନରେ ପ୍ରକୃତ ବନ୍ଧୁ ମିଳିବେ। ଯିଏ କି ସାରା ଜୀବନ ଆପଣଙ୍କ ସୁଖଦୁଃଖରେ ଭାଗିଦାରୀ ହେବେ। ଆପଣଙ୍କ କଷ୍ଟ ବୁଝି ତାହାକୁ ଲାଘବ କରିବାକୁ ଚେଷ୍ଟା କରିବେ।

* ନିଜ ସାଙ୍ଗଙ୍କ ମନରେ କଷ୍ଟ ହେବା ପରି କଥା କେବେ ବି କୁହନ୍ତୁ ନାହିଁ। ବରଂ ତାଙ୍କ ଜୀବନରେ ଥିବା ଜଟିଳତାକୁ ସରଳ କରିବାକୁ ପ୍ରୟାସ ଜାରି ରଖନ୍ତୁ।

* ଆପଣଙ୍କ ସାଙ୍ଗ ଅପଣଙ୍କ ପାଇଁ କେତେ ଖାସ୍‌, କେତେ ମହତ୍ତ୍ୱପୂର୍ଣ୍ଣ, ତାଙ୍କୁ ତାହା ଅନୁଭବ କରାନ୍ତୁ। ନିଜ ସାଙ୍ଗଙ୍କୁ କେତେବେଳେ ତାଙ୍କ ପସନ୍ଦ ଜାଗାକୁ ଲଞ୍ଚ କିମ୍ବା ଡିନର ପାଇଁ ନେଇଯାନ୍ତୁ, ନଚେତ ତାଙ୍କ ପସନ୍ଦର କିଛି ଜିନିଷ ଉପହାର ଭାବେ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ବନ୍ଧୁତ୍ୱ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠିବ ।

* ବେଳେବେଳେ ସାଙ୍ଗଙ୍କ ସହ ମତାନ୍ତର କିମ୍ବା ମନାନ୍ତର ହେଲେ ଏହାକୁ ବେଶି ଲମ୍ବାନ୍ତୁ ନାହିଁ। ଆପଣ ଆଗକୁ ବଢ଼ି ନିଜ ସାଙ୍ଗଙ୍କୁ କ୍ଷମା ମାଗି ନିଅନ୍ତୁ। ଏହାଦ୍ୱାରା ତାଙ୍କ ରାଗ ଶାନ୍ତ ହୋଇଯିବା ସହ ଆପଣଙ୍କ ବନ୍ଧୁତ୍ୱ ଦୀର୍ଘାୟୁ ହେବ ।

* ନିଜ ବନ୍ଧୁଙ୍କୁ ଅନ୍ୟ ସମ୍ମୁଖରେ ନୀଚା ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ। ବନ୍ଧୁତ୍ୱ ମଧ୍ୟରେ ହସିମଜାକ ହୋଇଥାଏ। ମାତ୍ର ସବୁ ଜିନିଷ ସୀମା ମଧ୍ୟରେ ରହିବା ଆବଶ୍ୟକ । ନଚେତ ସମ୍ପର୍କ ବିଗିଡ଼ିବାର ରିସ୍କ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story