ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥର ପରେଡରେ ମାତ୍ର ୫ଟି କଣ୍ଟିନଜେଣ୍ଟ ଭାଗ ନେବେ।
SSB, OSAP, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗଡ଼ ପୁଲିସର ଏକ ଟିମ୍ ସାମିଲ ହେବ। ପରେଡର ନେତୃତ୍ୱ ନେବେ ଆଇପିଏସ୍ ଅଙ୍କିତ ବର୍ମା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ ରହିଛନ୍ତି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।
Accident
ଦୁଇଟି ବାଇକ୍କୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୮ ଷଣ୍ଢ ମୃତ
ଦୁଇଟି ବାଇକ୍କୁ ଧକ୍କା ଦେଇ ଏକ ପିକ୍ଅପ୍ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।
Events & Festivals
ବାଲୁକା କଳା ଉତ୍ସବ ପାଇଁ ସଜେଇ ହେଉଛି ଚନ୍ଦ୍ରଭାଗା ବେଳାଭୂମି
ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି ବେଶ ଉତ୍ସବ ମୁଖର ହୋଇଛି।