Advertisment

ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ୧୫ ପ୍ଲାଟୁନ ଫୋର୍ସ ମୁତୟନ

ଏଥର ପରେଡରେ ମାତ୍ର ୫ଟି କଣ୍ଟିନଜେଣ୍ଟ ଭାଗ ନେବେ।

ଅଦ୍ୟତନ ହୋଇଛି
celebration

celebration

Advertisment

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥର ପରେଡରେ ମାତ୍ର ୫ଟି କଣ୍ଟିନଜେଣ୍ଟ ଭାଗ ନେବେ।

Advertisment

SSB, OSAP, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗଡ଼ ପୁଲିସର ଏକ ଟିମ୍ ସାମିଲ ହେବ। ପରେଡର ନେତୃତ୍ୱ ନେବେ ଆଇପିଏସ୍ ଅଙ୍କିତ ବର୍ମା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ ରହିଛନ୍ତି।

Independence Day 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe