Advertisment

ସ୍ୱାଧୀନତା, ସତ୍ୟ ଓ ସନାତନ

ଡରାଇ ଶାସିବା ନୀତି ଭାଙ୍ଗିଯିବ, ପ୍ରଜାଙ୍କ ହାତରେ ଶାସନ ଚାଲିବ।

ଅଦ୍ୟତନ ହୋଇଛି
Indian Tri Colour

Indian Tri Colour

Advertisment

ଦେଶ ସ୍ୱାଧୀନ ହେବାର ବହୁ ବର୍ଷ ଆଗକୁ ଆମେ ଆଗେଇ ଆସିଥିଲେ ବି ପରାଧୀନ ଜୀବନ ଯାପନ କରୁଛେ। ବହୁତ ମନେ ପଡ଼େ ଦାସେ ଆପଣେଙ୍କ ଲେଖା-

Advertisment

ସ୍ୱାଧୀନତା ମାନବର ଜନ୍ମ ଅଧିକାର, ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର।

ସ୍ୱାଧୀନତା ନାଁରେ ଆମେ ସ୍ୱେଚ୍ଛାଚାରିତା ଆଡ଼କୁ ଗତି କରୁନେ ତ? ଶାସକ ବର୍ଗ ସ୍ୱାଧୀନ ଭାବେ ଯା ପାର ତା କହିଯାଉଛନ୍ତି। କିନ୍ତୁ ସାଧାରଣ ନାଗରିକ ହିସାବରେ ସ୍ପଷ୍ଟ ମତ ଦେବାର ଅଧିକାର ଯେମିତି ଆମର ଛିଡ଼େଇ ନିଆ ଯାଇଛି। ବାକ୍‌ ସ୍ୱାଧୀନତା ଆମର ସଂକୁଚିତ। ସତ୍ୟ କହିବାର ପ୍ରୟାସ କରିବା ଅର୍ଥ ବିପଦକୁ ନିମନ୍ତ୍ରଣ କରିବା। ସତ୍ୟ କହିବା ଅର୍ଥ ଜୁଲୁମ ସହିବା। ସ୍ୱାଧୀନତାର ଅର୍ଥବୋଧକୁ ଆମେ ଯଦି ଅନୁଶୀଳନ କରିବା ଲାଗେ ବ୍ରିଟିଶ ଶାସନ ଓ ସ୍ୱାଧୀନ ଭାରତର ଶାସନ ଭିତରେ ବେଶୀ କିଛି ଫରକ ନାହିଁ। ଆମେ ବଞ୍ଚିଛୁ କିନ୍ତୁ ମୃତବତ।

ଏ ପ୍ରଶ୍ନ ମୋ ମନଭିତର ର ଖାଲି ନୁହେଁ ପ୍ରତ୍ୟେକ ନାଗରିକ ମନରେ ଅଳ୍ପ ବହୁତେ ପ୍ରଶ୍ନ ନିଶ୍ଚୟ ଉଠିଥିବ।

Advertisment

ସେଇ ମହାନ ଆତ୍ମା ଦାସେ ଆପଣେଙ୍କ ପାଖକୁ ଫେରିଆସିବାକୁ ମନ କହେ ଯିଏ ଲେଖିଥିଲେ-

ଡରାଇ ଶାସିବା ନୀତି ଭାଙ୍ଗିଯିବ, ପ୍ରଜାଙ୍କ ହାତରେ ଶାସନ ଚାଲିବ।

ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳ ବୃଷ୍ଟି।

ପ୍ରଜାଲାଗି ଉଦେ ରବି ଶଶି ତାରା, ପ୍ରଜାଲାଗି ବହେ ଶତ ନଦୀଧାରା।

ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ।

କେମିତି ଆମେ ଭୁଲି ଯାଉଛେ ଉତ୍କଳ ମଣିଙ୍କର ଏଇ ବାର୍ତ୍ତାକୁ?

ମନେପଡେ କୁରୁସଭାରେ ଅନ୍ଧ ଧ୍ରୁତରାଷ୍ଟ୍ର, ଚକ୍ଷୁରେ ପଟି ବାନ୍ଧି ବସିଥିବା ମା’ ଗାନ୍ଧାରୀ, ପତିଧର୍ମ ପାଳନ କରି ନ୍ୟାୟ ଅନ୍ୟାୟର ବିଚାର କରିବା ପରିବର୍ତ୍ତେ ପୁତ୍ରାନ୍ଧ ହୋଇଯାଇଥିଲେ। ଆଜି ଦେଶ ସ୍ୱାଧୀନତାର ପରିବର୍ତ୍ତୀ ଦୃଶ୍ୟ ଠିକ ସେଇପରି ହୋଇଯାଇଛି। ସମ୍ମାନ, ସହିଷ୍ଣୁତା, ତ୍ୟାଗ, ଦୟା, କ୍ଷମା ଯାହାସବୁ ଦେଶ ଗଢ଼ିବାରେ ସାହାଯ୍ୟ କରେ ତାହା ସବୁ ଆଜି ସାମାଜିକ ଓ ରାଜନୀତିକ ସ୍ତରରେ ବିଲୁପ୍ତ।

ଏଇ ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସକୁ ନିଷ୍ଠାର ସହିତ ପାଳନ କରିବା ଅର୍ଥାତ ନିଜର ସ୍ୱାର୍ଥକୁ ବଳିଦେଇ ସତମାର୍ଗରେ ଚାଲିବା। ପରଶ୍ରୀକାତରତା ଛାଡ଼ି ଦେଶମାତୃକାର ନିସ୍ୱାର୍ଥପର ସେବା କରିବାର ମନୋଭାବ ରଖିବା।

ଭାରତର ରାଜଧର୍ମ ସନାତନ। ସତ୍ୟ ହିଁ ସନାତନ। ସତ୍ୟ ରକ୍ଷା କରିବା ସତ୍ୟ ପ୍ରତିଷ୍ଠା କରିବା ପ୍ରତ୍ୟେକ ନେତା ଓ ନାଗରିକର କର୍ତ୍ତବ୍ୟ ହେବା ଉଚିତ।

ଜୟଶ୍ରୀ ମହାପାତ୍ର

ଫୋ- ୯୩୩୮୦୦୧୪୬୬

Independence Day Indian Independence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe