Advertisment

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ, ବିଶ୍ୱ ଦେଖିବ ଭାରତର ପରାକ୍ରମ

ଦିଲ୍ଲୀରୁ ପଲ୍ଲୀ ଯାଏଁ ଆଜି ସାଧାରଣତନ୍ତ୍ରର ସବୁଠୁ ବଡ଼ ପର୍ବକୁ ପାଳନ କରାଯାଉଛି।

Republic Day

Republic Day

Advertisment

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରୁ ପଲ୍ଲୀ ଯାଏଁ ଆଜି ସାଧାରଣତନ୍ତ୍ରର ସବୁଠୁ ବଡ଼ ପର୍ବକୁ ପାଳନ କରାଯାଉଛି। ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ଏହି ଅବସରରେ ପରେଡର ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ସାଧାରଣତନ୍ତ୍ର ଦିବସ ପରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। 

ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟତ। ସବୁଠି ଜାତୀୟତା ଭାବ, ସବୁଠି ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବକୁ ପାଳନ କରିବାକୁ ଆୟୋଜିତ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ।

Advertisment

ଦିଲ୍ଲୀ ଇଣ୍ଡିଆ ଗେଟ୍‌କୁ ତ୍ରିରଙ୍ଗା ଭାବେ ସଜା ଯାଇଛି। ଶ୍ରୀନଗର ଲାଲଚୌକ ବି ଏଥର ପୂର୍ବ ବର୍ଷ ଭଳି ଜାତୀୟତାବାଦରେ ଝଲସୁଛି। ମୁମ୍ବାଇର CST, ଷ୍ଟକ୍ ଏକ୍ସଚେଞ୍ଜ, ହାଇଦ୍ରାବାଦର ବିଧାନସଭା ବି ଖୁବ୍‌ ଚମକୁଛି।

Republic Day 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe