Advertisment

ବାୟୁସେନା ଦିବସରେ ନୂଆ ପ୍ରତୀକ ଉନ୍ମୋଚିତ

ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକରେ ଦେବାନଗରୀ ଅକ୍ଷରରେ "ଭାରତୀୟ ବାୟୁ ସେନା" ଲେଖା ଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
New IAF Ensign

New IAF Ensign

ଭାରତୀୟ ବାୟୁସେନା ଆଜି ପାଳୁଛି 91ତମ ବାର୍ଷିକ ଉତ୍ସବ। ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି। ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ପ୍ରତୀକର ଉନ୍ମଚନ କରିଛନ୍ତି ମାର୍ଶାଲ୍ ଚୌଧୁରୀ।

Advertisment

ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକରେ ହିମାଳୟୀ ଇଗଲକୁ ଘେରି ରହିଥିବା ହାଲୁକା ନୀଳ ରଙ୍ଗର ଏକ ରିଙ୍ଗ୍ ରହିଛି। ଏଥିରେ ଦେବାନଗରୀ ଅକ୍ଷରରେ "ଭାରତୀୟ ଭାୟୁ ସେନା" ଲେଖା ଯାଇଛି। ଆଇଏଏଫର ମୂଳ ଆଭିମୁଖ୍ୟ ବା ଲକ୍ଷ୍ୟ "ନବଃ ସ୍ପର୍ଶମ୍ ଦୀପ୍ତମ୍" ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି। 

Advertisment

ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଏହି ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ଏହା ଏୟାର୍ ଫୋର୍ସ କ୍ରିଷ୍ଟ୍, ପତାକାର ଉପର ଡାହାଣ କୋଣରେ ପ୍ରତିଫଳିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଭାରତୀୟ ବାୟୁସୈନ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେମାନଙ୍କ ପରାକ୍ରମକୁ ପ୍ରଶଂସିତ କରିଛନ୍ତି। 

Special Day IAF Chief IAF Day Indian Air Force Day Air Force