Advertisment

ଆମେରିକାରେ ଓଡ଼ିଆ ଉଡାଇଲେ ଜାତୀୟ ପତାକା

ଓଡ଼ିଶାର ବୀରପୁତ୍ର ପାଇକମାନଙ୍କର ତ୍ୟାଗ ଓ ବଳୀଦାନକୁ ନେଇ ନୃତ୍ୟ ନାଟିକା ପରିବେଷଣ ହୋଇଥିଲା। କଳାକାରମାନେ ଖୁବ୍‌ ନିଖୁଣ ଭାବେ ଅଭିନୟ କରିଥିଲେ।

Dance

America

Advertisment

ଆମେରିକାରେ ଓଡ଼ିଆ ଉଡାଇଲେ ଜାତୀୟ ପତାକା। ସ୍ୱାଧୀନତା ଦିବସ ଅବସରରେ ଆମେରିକାର ଆଟ୍‌ଲାଣ୍ଟା ସହରରେ ଜର୍ଜିଆ ଓଡ଼ିଆ ସୋସାଇଟି ତରଫରୁ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ଅବସରରେ ଓଡ଼ିଆ ଭାଇ ଭଉଣୀଙ୍କ ତରଫରୁ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।

Advertisment

ଓଡ଼ିଶାର ବୀରପୁତ୍ର ପାଇକମାନଙ୍କର ତ୍ୟାଗ ଓ ବଳୀଦାନକୁ ନେଇ ନୃତ୍ୟ ନାଟିକା ପରିବେଷଣ ହୋଇଥିଲା। କଳାକାରମାନେ ଖୁବ୍‌ ନିଖୁଣ ଭାବେ ଅଭିନୟ କରିଥିଲେ। ଏଥି ସହିତ ସମ୍ବଲପୁରୀ ଲୋକନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନର ଶୁଭ ଅବସରରେ ଭାରତୀୟ ହିନ୍ଦୀ ସିନେ କଳାକାର ନେହା ଧୁପିଆଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ପ୍ରଦର୍ଶିତ ଓଡ଼ିଆ ଲୋକନୃତ୍ୟ ଦେଖିବା ପାଇଁ ଓଡ଼ିଆ ଲୋକମାନଙ୍କ ସହ ଅନ୍ୟ ଭାରତୀୟମାନେ ମଧ୍ୟ ଯୋଗ ଦେଇଥିଲେ।

Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe