Advertisment

ଭାରତୀୟ ନୌସେନା ଦିବସ: ୧୯୭୧, ଡିସେମ୍ବର ୪... କେମିତି ଥିଲା ଅପରେସନ ଟ୍ରାଇଡେଣ୍ଟ

୧୯୭୧, ଡିସେମ୍ବର ୪ ତାରିଖରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବିଶ୍ୱ ଦେଖିଥିଲା ଭାରତୀୟ ନୌସୈନ୍ୟଙ୍କ ପରାକାଷ୍ଟା।

Representative Image

Representative Image

Advertisment

ଆଜି ଭାରତ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି। ଏଥିରେ ସବୁଠୁ ବଡ ଅବଦାନ ରହିଛି ଅହରାତି ଦେଶକୁ ସୁରକ୍ଷା ଯୋଗାଉଥିବା ସୈନ୍ୟଙ୍କର। ଦେଶର ତିନି ସେନା ସ୍ଥଳସେନା, ବାୟୁସେନା ଏବଂ ନୌସେନା ସବୁ ଦିଗରୁ ଜାଗ୍ରତ ପ୍ରହରୀ ସାଜି ସୁରକ୍ଷା ଯୋଗାଉଛନ୍ତି। ସେମାନଙ୍କ ତ୍ୟାଗ, ପରାକାଷ୍ଠା ଓ ଅଦମ୍ୟ ସାହସ ବଳରେ ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୈନ୍ୟ ମଧ୍ୟରେ ଭାରତୀୟ ସେନା ଅନ୍ୟତମ ହୋଇପାରିଛି। 

Advertisment

ଯଦି ଆମେ ଇତିହାସ ପୃଷ୍ଠା ଲେଉଟାଇବା, ତେବେ ଭାରତୀୟ ସୈନ୍ୟଙ୍କୁ ଶତ୍ରୁଙ୍କ ଭୟର ବହ୍ନୀ ବୋଲି କହିପାରିବା। କାରଣ ଶତ୍ରୁ ପକ୍ଷ ଥରହର ହେବା ପାଇଁ ଭାରତୀୟ ସେନା ନାମ ହିଁ ଯଥେଷ୍ଟ। ସ୍ଥଳ, ଜଳ, ବାୟୁ ସବୁ ପଥରେ ଭାରତୀୟ ସେନା ସଜାଗ ରହି ଦେଶକୁ ସୁରକ୍ଷା ଯୋଗାଉଛନ୍ତି। ସେମାନଙ୍କ ବଳିଦାନ ଓ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଦିବସ ପାଳନ କରାଯାଏ। ଏହିପରିପ୍ରେକ୍ଷୀରେ ଆଜି ହେଉଛି ଭାରତୀୟ ନୌସେନା ଦିବସ। ସମୁଦ୍ର ପଥରେ ଅହନିଶି ଦେଶକୁ ସୁରକ୍ଷା ଯୋଗାଉଥିବା ମହାରଥୀଙ୍କୁ ସମ୍ମାନ ଜଣାଇବାର ଆଜି ଦିନଟିଏ। ଏହି ଦିବସର ଇତିହାସ ଏବଂ ଚଳିତବର୍ଷର ଥିମ୍ କ'ଣ ରହିଛି, ଜାଣନ୍ତୁ... 

ନୌସେନା ଦିବସ ଇତିହାସ:-
ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ୧୬୧୨ ମସିହାରେ ଭାରତୀୟ ନୌସେନା ପ୍ରତିଷ୍ଠା କରିଥିଲା। ୧୯୭୧, ଡିସେମ୍ବର ୪ ତାରିଖରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବିଶ୍ୱ ଦେଖିଥିଲା ଭାରତୀୟ ନୌସୈନ୍ୟଙ୍କ ପରାକାଷ୍ଟା। ପାକିସ୍ତାନକୁ ମାତ୍ ଦେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ଟ୍ରାଇଡେଣ୍ଟ। ସମୁଦ୍ର ପଥରୁ କରାଚୀ ଉପକୂଳରେ ଥିବା ପାକିସ୍ତାନ ଜାହାଜ ଉପରେ ଆକ୍ରମଣ କରି ଏକ ବିଶାଳ ବିଜୟ ଲାଭ କରିଥିଲେ ଭାରତୀୟ ସେନା। ଏଥିରେ ପାକିସ୍ତାନର ଅନେକ ଜାହାଜ ଧ୍ୱଂସ ହୋଇଯିବା ସହ ହଜାର ହଜାର ସୈନ୍ୟ ନିପାତ ହୋଇଥିଲେ। ଡିସେମ୍ବର ୪ର ଏହି ବିଜୟକୁ ମନେପକାଇବା ସହ ନୌସୈନ୍ୟଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। 

Advertisment

ଚଳିତ ବର୍ଷର ଥିମ୍:-
ଭାରତୀୟ ନୌସେନା ଦିବସ ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌ ବା ବିଷୟବସ୍ତୁ ଆଧାରରେ ପାଳନ କରାଯାଏ।। ଚଳିତ ବର୍ଷର ଥିମ୍ "ଭାରତୀୟ ନୌସେନା: ଯୁଦ୍ଧ ପାଇଁ ପ୍ରସ୍ତୁତ, ବିଶ୍ୱସନୀୟ, ଏକତ୍ର ଏବଂ ଭବିଷ୍ୟତରେ ସୁରକ୍ଷିତ ରହିବ" ରଖାଯାଇଛି।

Indian Navy Day Navy Day Indian Navy Day History
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe