Advertisment

ଦୁର୍ନୀତି ନିବାରଣ ଦିବସ: ସାମୂହିକ ବିକାଶକୁ ରୋକୁଛି ଦୁର୍ନୀତି; ସଚେତନ ହୁଅନ୍ତୁ, ସୁସ୍ଥ ସମାଜ ଗଢ଼ନ୍ତୁ

ଦୁର୍ନୀତିକୁ ରୋକିବା ପାଇଁ କିପରି ପ୍ରାଥମିକ ସ୍ତରରୁ ପଦକ୍ଷେପ ନିଆଯାଇ ପାରିବ, ସେଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୯କୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଏ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସାମାଜିକ ପ୍ରଗତିକୁ ରୋକୁଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଦୁର୍ନୀତି ମୁଖ୍ୟ ବା ପ୍ରଧାନ। ଏହି କାରଣରୁ, ଗରିବ ଏବଂ ଦୁର୍ବଳ ଶ୍ରେଣୀ ଲୋକଙ୍କ ନିକଟରେ ସହାୟତା ପହଞ୍ଚିପାରୁ ନାହିଁ କିମ୍ବା ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉନ୍ତି। ଦୁର୍ନୀତି ସମାଜର ବିକାଶରେ ଏକ ପ୍ରମୁଖ ପ୍ରତିବନ୍ଧକ କହିଲେ କିଛି ଭୁଲ୍ ହେବନି। କାରଣ ଆମେ ଅଧିକାଂଶ ସମୟରେ ଦୁର୍ନୀତିର ଖବର ଶୁଣୁଛେ। ବିଶେଷ କରି ଲୋକଙ୍କ ଅଧିକାରକୁ କେହି ଜଣେ ଉଚ୍ଚ ପଦନ୍ତ ଅଧିକାରୀ ତାଙ୍କ ଦୁର୍ନୀତିର ଫାଇଲ୍ ତଳେ ଚାପି ଦେଉଥିବା ଜାଣିବାକୁ ପାଉଛେ।

Advertisment

ହେଲେ ଆମେ କିଛି କରିପାରୁନେ, ଏହାର ମୁଖ୍ୟ କାରଣ ସଚେତନତାର ଅଭାବ। ସେଥିପାଇଁ ଦୁର୍ନୀତିକୁ ରୋକିବା ପାଇଁ କିପରି ପ୍ରାଥମିକ ସ୍ତରରୁ ପଦକ୍ଷେପ ନିଆଯାଇ ପାରିବ, ସେଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୯କୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଏ। ଏହି ଦିବସ ବାବଦରେ ଲୋକଙ୍କୁ ସାମାନ୍ୟ ସୁବିଧା ପାଇଁ ଲାଞ୍ଚ ନଦେବାକୁ ଏବଂ ଲାଞ୍ଚ ନେଇ କାମ ନ କରିବାକୁ ସଚେତନ କରାଯାଏ।  

ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ଇତିହାସ:-
ଅକ୍ଟୋବର ୩୧, ୨୦୦୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହି ଦିନ ଡିସେମ୍ବର 9କୁ ଦୁର୍ନୀତି ନିବାରଣ ଦିବସ ରୂପେ ପାଳନ କରାଯିବାକୁ ନିର୍ଣ୍ଣୟ ନିଆ ଯାଇଥିଲା। 

Advertisment

ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ଗୁରୁତ୍ୱ:-
ଦୁର୍ନୀତି ବର୍ତ୍ତମାନ ସମଗ୍ର ବିଶ୍ୱକୁ ବ୍ୟାପିଛି। ଏହା କେବଳ ଜଣେ ବ୍ୟକ୍ତି କିମ୍ବା ସମ୍ପ୍ରଦାୟର ସମସ୍ୟା ନୁହେଁ, ବର୍ତ୍ତମାନ ଦୁର୍ନୀତି ପୂରା ବିଶ୍ୱର ସମସ୍ୟା ପାଲଟିଯାଇଛି। ଦୁର୍ନୀତି ବାଟରେ ସମାଜର କିଛି ଲୋକ ଭୁଲ୍ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି। ଯାହା ଫଳରେ ସେବାର ହକଦାର ଥିବା ହିତାଧିକାରୀଙ୍କୁ ନିଜ ଅଧିକାରରୁ ବଞ୍ଚିତ ହେବାକୁ ପଡୁଛି। ଏଥିସହ ଧନୀ, ଧନୀ ହୋଇଯାଉ ଥିବାବେଳେ ଗରିବ, ଗରିବ ହୋଇ ରହିଯାଉଛି। ଏଭଳି ପରିସ୍ଥିତିରେ ସମାଜର ବଞ୍ଚିତ ବର୍ଗର କଲ୍ୟାଣ ପାଇଁ ଦୁର୍ନୀତି ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସଚେତନ ହୋଇ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାନ୍ତୁ।

Corruption International Anti-Corruption Day Anti-Corruption Day