Advertisment

କେବଳ ମନୋରଞ୍ଜନ ନୁହେଁ ନୃତ୍ୟ, ଲୁଚିଥାଏ ଭାବ-ଭକ୍ତି ଆଉ ସଂସ୍କୃତିର ଝଲକ

ପ୍ରତିବର୍ଷ ଏପ୍ରିଲ ୨୯କୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ରୂପେ ପାଳନ କରାଯାଏ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ନୃତ୍ୟ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ, ବରଂ କଳା, ଭାବନାକୁ ପ୍ରକାଶ କରିବା, ସଂସ୍କୃତିକୁ କଳା ମାଧ୍ୟମରେ ଜୀବିତ ରଖିବା ଏବଂ ସୁସ୍ଥ ରହିବାର ଏକ ଉତ୍ତମ ବିକଳ୍ପ। ଏଥିପାଇଁ ଜୀବନରେ ନୃତ୍ୟର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଏପ୍ରିଲ ୨୯କୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। 

Advertisment

ନୃତ୍ୟ ଦିବସ ଇତିହାସ
ଆନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ ୧୯୮୨ ମସିହାରେ ଅନ୍ତର୍ଜାତୀୟ ରଙ୍ଗମଞ୍ଚ ସଂସ୍ଥାନ (ITI)ର ଅନ୍ତର୍ଜାତୀୟ ନୃତ୍ୟ କମିଟି ଦ୍ୱାରା ଆରମ୍ଭ ହୋଇଥିଲା। ITI ହେଉଛି ଏକ ବେସରକାରୀ ସଂଗଠନ, ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ଅଂଶ। ଅନ୍ତର୍ଜାତୀୟ ନୃତ୍ୟ ଦିବସ ନୃତ୍ୟର ଯାଦୁଗର ଜିନ ଜୋର୍ଜସ୍ ନୋଭେରଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାଲନ କରାଯାଏ।

ଜିନ ଜର୍ଜସ୍ ନୋଭେର ଜଣେ ପ୍ରସିଦ୍ଧ ବାଲେଟ୍ ମାଷ୍ଟର ଥିଲେ, ତାଙ୍କୁ ବାଲେଟ୍ ଜନକ ମଧ୍ୟ କୁହାଯାଏ। ଜର୍ଜସ୍ ନୋଭେର ୨୯ ଏପ୍ରିଲ ୧୭୨୭ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନକୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ରୂପେ ପାଳନ କରିବାକୁ ସ୍ଥିର କରାଯାଇଥିଲା। ୧୯୮୨ ମସିହାରେ, ITIର ଡ୍ୟାନ୍ସ କମିଟି ଏହି ନିଷ୍ପତ୍ତି ନେଇଥିଲା। ଏହାପରେ ପ୍ରତିବର୍ଷ ଏପ୍ରିଲ ୨୯କୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। 

Advertisment

ଜିନ ଜର୍ଜସ୍ ନୃତ୍ୟ ଉପରେ 'ଲେଟର୍ସ ଅନ୍ ଡ୍ୟାନ୍ସ' ନାମକ ଏକ ପୁସ୍ତକ ଲେଖିଥିଲେ, ଯେଉଁଥିରେ ନୃତ୍ୟ ସହ ଜଡିତ ପ୍ରତିଟି କଥା ଉଲ୍ଲେଖ କରାଯାଇଛି। କୁହାଯାଏ ଯେ କେହି ଏହି ବହି ପଢି ନାଚିବା ଶିଖିପାରିବ।

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଉଦ୍ଦେଶ୍ୟ 
ଆନ୍ତର୍ଜାତୀୟ ନୃତ୍ୟ ଦିବସର ଉଦ୍ଦେଶ୍ୟ କେବଳ ବିଶ୍ୱର ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଉତ୍ସାହିତ କରିବା ନୁହେଁ, ବରଂ ନୃତ୍ୟର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା। ନୃତ୍ୟ କଳା ମାଧ୍ୟମରେ ବିଭିନ୍ନ ସଂସ୍କୃତି ମଧ୍ୟରେ ସଂଳାପକୁ ପ୍ରୋତ୍ସାହିତ କରାଯାଏ, ଯାହାଦ୍ୱାରା ସମୃଦ୍ଧତା ଏବଂ ଏକତାର ପରିବେଶ ସୃଷ୍ଟି ହୁଏ। 

ଏହି ଦିନ ବିଭିନ୍ନ ନୃତ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। କଥକ, ଭାରତନାଟ୍ୟମ୍, ହିପ୍ ହପ୍, ବାଲେଟ୍, ସାଲସା ଭଳି ଅନେକ ନୃତ୍ୟ କଳା ଅଛି, ଯାହା ସାରା ବିଶ୍ୱରେ ଲୋକପ୍ରିୟ। ଓଡିଶାର ବିଭିନ୍ନ ନୃତ୍ୟ ମଧ୍ୟରୁ ଓଡିଶୀର ସ୍ୱତନ୍ତ୍ର ପରିଚୟ ରହିଛି। 

Special Story International Dance Day Dance Day