Advertisment

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନର ଉଦ୍ଦେଶ୍ୟ କଣ, ଜାଣନ୍ତୁ...

ଜନ୍ମରୁ କିମ୍ବା ଦୁର୍ଘଟଣାବଶତଃ ଯଦି କେହି ଭିନ୍ନକ୍ଷମ ହୋଇଯାଆନ୍ତି, ତେବେ ସେମାନଙ୍କୁ କିପରି ସୁବିଧା ଯୋଗାଇ ଦିଆଯିବା ସହ ମୌଳିକ ଅଧିକାର ଦିଆଯାଇ ପାରିବ ସେଥିପାଇଁ ଏହି ଦିବସ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଏ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସମାଜରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ସମ୍ମାନ ଓ ମୌଳିକ ଅଧିକାର ରହିଛି। ଆମ ସମ୍ବିଧାନ ଏଥିପାଇଁ ଆଇନ ପ୍ରଣୟନ ମଧ୍ୟ କରିଛି। ଯଦି ବ୍ୟକ୍ତି ଭିନ୍ନକ୍ଷମ କିମ୍ବା କିନ୍ନର ହୋଇଥାନ୍ତି ତେବେ ସେମାନଙ୍କ ପ୍ରତି ସମ୍ମାନ ସହ ଦାୟିତ୍ୱ ମଧ୍ୟ ବଢିଯାଏ। ଏହି ମନୋଭାବକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଡିସେମ୍ବର 3କୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଏ।

Advertisment

ଜନ୍ମରୁ କିମ୍ବା ଦୁର୍ଘଟଣାବଶତଃ ଯଦି କେହି ଭିନ୍ନକ୍ଷମ ହୋଇଯାଆନ୍ତି, ତେବେ ସେମାନଙ୍କୁ କିପରି ସୁବିଧା ଯୋଗାଇ ଦିଆଯିବା ସହ ମୌଳିକ ଅଧିକାର ଦିଆଯାଇ ପାରିବ ସେଥିପାଇଁ ଏହି ଦିବସ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଏ। ଏଥିସହ ସାମାଜିକ-ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଭିନ୍ନକ୍ଷମ ବର୍ଗର ଲୋକଙ୍କ ଭାଗିଦାରୀତାକୁ ଭିନ୍ନକ୍ଷମ ଦିବସ ପ୍ରୋତ୍ସାହିତ କରେ।

ଇତିହାସ
ମିଳିତ ଜାତିସଂଘର ସାଧାରଣ ସଭାର ସଂକଳ୍ପ 47/3 ପାରିତ ହେବା ପରେ ଭିନ୍ନକ୍ଷମ ଦିବସକୁ ଅନ୍ତର୍ଜାତୀୟ ଦିବସ ଭାବରେ ଘୋଷଣା କରାଯାଇଥିଲା। 1992ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପ୍ରଥମେ ପାଳନ କରାଯାଇଥିଲା। ପରେ 2006ରେ, ନିରନ୍ତର ବିକାଶ ପାଇଁ 2030 ଏଜେଣ୍ଡା ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭିନ୍ନକ୍ଷମଙ୍କ ଅଧିକାର ସମ୍ମିଳନୀ (CRPD) ମଧ୍ୟ ଗ୍ରହଣ କରାଯାଇଥିଲା।

Advertisment

ଏହି ଦିବସ ଭିନ୍ନକ୍ଷମଙ୍କ ପାଇଁ ସହାନୁଭୂତି, ସଦଭାବ ଓ ସହଯୋଗ କରିବାକୁ ପ୍ରୋତ୍ସାହିତ କରେ। ସମଗ୍ର ବିଶ୍ୱରେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଏ।

ଥିମ୍
ପ୍ରତିବର୍ଷ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷର ଥିମ୍, "United in action to rescue and achieve the Sustainable Development Goals (SDGs) for, with and by persons with disabilities" ରଖାଯାଇଛି। ଏହାର ଅର୍ଥ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହଯୋଗ ଏବଂ ସେମାନଙ୍କ ବିକାଶ ଲକ୍ଷ୍ୟକୁ ଜାଗୃତ କରିବା ପାଇଁ ଏକାଠି ହେବା। 

International Day Of Persons With Disabilities Disability Pension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe